November 17, 2024

କାଳ ବୈଶାଖୀ ତାଣ୍ଡବରେ ଚାଳ ଛପର ଉଡ଼ି ୫ ପରିବାର ସର୍ବାହରା

Share

କାଳ ବୈଶାଖୀ ତାଣ୍ଡବରେ ଚାଳ ଛପର ଉଡ଼ି ୫ ପରିବାର ସର୍ବାହରା

 

 

ରାମନାଗୁଡା, ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ୩ ଘଣ୍ଟିକା ସମୟରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । କାଳବୈଶାଖୀ ଯୋଗୁଁ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା।ପ୍ରବଳ ବେଗରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ରାମନାଗୁଡା ବ୍ଲକ ଅଞ୍ଚଳ ବାସୀ ନାହିଁ ନଥିବାର ସମ୍ମୁଖୀନ ହେଉଥିବା ଦେଖା ଦେଇଛି। ପବନରବେଗ ତ୍ରୀବ କାରଣରୁ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ପବନ ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାଳବୈଶାଖୀର ତାଣ୍ଡବରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ନିଲାମଗୁଡା ପଞ୍ଚାୟତ ଅଧିନସ୍ତ ଏସ. ଢେପାଗୁଡା ଗ୍ରାମର ଋଷି କଣ୍ଡାଗରୀ, ରବି କୁଣ୍ଡିଙ୍ଗି, କୈଳାସ ଶବର, ନିର ଶବର ଙ୍କ ଚାଳ ଛପର ଉଡ଼ି ବର୍ତ୍ତମାନ ଏହି ୪ ପରିବାର ବେସାହାରା ହୋଇପଡିଛନ୍ତି। ବେସାହାରା ପରିବାରକୁ ଗ୍ରାମ ବାସିନ୍ଦାଙ୍କ ସହାୟତା ରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଥଇଥାନ କରିଛନ୍ତି ସେହିପରି ରାଜବିକ୍ରମପୁର ର ଟୁନା ଜିଲାକାରାଙ୍କ ଗୋଟିଏ ପରିବାରର ଚାଳ ଛପର ଉଡ଼ିଯାଇ ସର୍ବସାନ୍ତ ହୋଇ ପଡିଛନ୍ତି । ବ୍ଲକ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସରକାରୀ ସହାୟତା ଯୋଗାଇ ଦେବା ସହ ଆବାସ ଯୋଜନାରେ ସାମିଲ କରି ଖୁବଶୀଘ୍ର ପକ୍କାଘର ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ନିଲାମଗୁଡା ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ଦୋରା ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ଭେଟି ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କ୍ଷତିଗ୍ରସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ।।

 

ରିପୋର୍ଟ ରାକେଶ କୁମାର ବେହେରା