April 24, 2026

ପୁରୀ ବିଜେଡି ପକ୍ଷରୁ ପିକୁ ପଟ୍ଟନାୟକଙ୍କ ବିରୋଧରେ ପୁରୀ ଟାଉନ ଥାନାରେ ଏତଲା ଦାଖଲ

IMG-20260419-WA0056
Share

 

ଆଜି ପୁରୀଜିଲ୍ଲା ବିଜେଡି ପକ୍ଷରୁ ପୁରୀ ମୁନିସିପାଲିଟି ର ପୂର୍ବତନ ଉପନଗରପାଳ ସବ୍ୟସାଚୀ ମହାପାତ୍ରଙ୍କ ଅଧକ୍ଷତା ରେ ଶତାଧିକ ମହିଳା ଏବଂ ପୁରୁଷ କର୍ମୀମାନେ ବିରାଟ ଶୋଭାଯାତ୍ରା ରେ ବଗଲା ଧର୍ମଶାଳା ଠାରୁ ବାହାରି ଟାଉନଥାନା ଅଭିମୁଖେ ପଦଯାତ୍ରା କରି ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଆଡଭୋକେଟ ପିକୁ ପଟ୍ଟନାୟକଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ l ସବ୍ୟସାଚୀଙ୍କ କହିବାନୁସାରେ ଜଗନ୍ନାଥ ସେନାର ଆବାହକ ପିକୁ ପଟ୍ଟନାୟକ ଗତ ଏପ୍ରିଲ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମ ରେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବିରୁଦ୍ଧରେ ଏକ କପୋକଳ୍ପିତ, ନିନ୍ଦନୀୟ, ମିଥ୍ୟା, ମନଗଢା , ତଥା ଧାର୍ମିକ ଭାବନାକୁ ଆଘାତ ଦେଲାଭଳି ବୟାନ ଜାରିରଖିବା ସହିତ ବବି ଦାସ ନିଜ ଘରକାର୍ଯ୍ୟ ରେ ପୁରୀର ପରିକ୍ରମା ପ୍ରକଳ୍ପରେ ବ୍ୟବହୃତ ଖଣ୍ଡା ଲାଇଟ, ପଥର ଚୋରିକରି ନେଇ ବ୍ୟବହାର କରିଛନ୍ତି l ତେଣୁ ପିକୁ ପଟ୍ଟନାୟକ ର ମତିଭ୍ରମ ହୋଇଯାଇଛି ତେଣୁ ଆଗକୁ ଅନ୍ୟ କିଛି ଭୁଲ କରିବା ପୂର୍ବରୁ ତୁରନ୍ତ ଗିରଫ କରାଯାଉ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed