କିଡଜ଼ି ବିଦ୍ୟାଳୟର ଦ୍ୱିତୀୟ ସ୍ୱାଗତ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ମଂଗଳାନଗରରେ ଥିବା କିଡ଼ିଜ୍ ପ୍ଲେଏ ବିଦ୍ୟାଳୟ ର ଦ୍ୱିତୀୟ ସ୍ୱାଗତ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷା ଜୟପ୍ରଦା ତ୍ରିପାଠୀ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦ୍ବୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଶିକ୍ଷୟୀତ୍ରୀ ପ୍ରଜ୍ଞା ପରିମିତା ସେଠୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା । ଶିକ୍ଷିକା ସାହିମା ସାଦବ ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ମୁଖ୍ୟ ମନିଷା ଅଫରେଜ୍ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।