April 28, 2026

ଶ୍ରମମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ନେବା ଏବଂ ଯୁବମୋର୍ଚ୍ଚା ସଭାପତିଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ବୁଗୁଡ଼ା ଥାନା ଘେରାଉ

IMG-20230419-WA0024
Share

ଶ୍ରମମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ନେବା ଏବଂ ଯୁବମୋର୍ଚ୍ଚା ସଭାପତିଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ବୁଗୁଡ଼ା ଥାନା ଘେରାଉ
ବୁଗୁଡ଼ା : ତା ୧୯/୦୪/୨୩ : ଶ୍ରମମନ୍ତ୍ରୀଙ୍କ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ବିଜେଡି ନେତ୍ରୀ ସଂଯୁକ୍ତା ମାହଲଙ୍କ ସଙ୍ଗୀନ ଅଭିଯୋଗ କ୍ରମେ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ନେବା ଏବଂ ଗତ ୧୭ ତାରିଖରେ ବିଜେପି ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କୁ ବୁଗୁଡ଼ା ସହର ଉପକଣ୍ଠସ୍ଥ ସନ୍ତୋଷୀ ମନ୍ଦିର ନିକଟରେ ହୋଇଥିବା ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ବିଜେପି ପକ୍ଷରୁ ବୁଗୁଡ଼ା ଥାନା ଘେରାଉ କରାଯାଇଥିଲା । ଆଜି ମଧ୍ଯାହ୍ନରେ ବିଜେପି କାର୍ଯାଳୟରୁ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ ସହ ବୁଗୁଡ଼ା ଥାନା ଘେରାଉ କରିଥିଲେ । ଏ ନେଇ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ଭଞ୍ଜନଗର ଏସଡ଼ିପିଓ ବିଶ୍ବାମିତ୍ର ହରପାଲଙ୍କୁ ପ୍ରଦାନ କରାଯାଇଥିଲା । ଯଦି ୭ ଦିନ ମଧ୍ୟରେ ଦାବି ଦ୍ବୟ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ପରମୂହୁର୍ତ୍ତରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ସମସ୍ତ ଥାନା ସାଙ୍ଗକୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହି ଥାନା ଘେରାଉ କାର୍ଯ୍ୟକ୍ରମରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ , ବରିଷ୍ଠ ନେତା ମହେଶ ମହାନ୍ତି ଓ ନେତ୍ରୀ ଅନୀତା ଶୁଭଦର୍ଶିନୀ , ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ ,ରଞ୍ଜନ ପୋଲେଇ , ବିନାୟକ ତ୍ରିପାଠୀ , ହର ପ୍ରସାଦ ଦାଶଙ୍କ ସମେତ ଶତାଧିକ କର୍ମୀ ସାମିଲ୍ ଥିଲେ ।
ବୁଗୁଡ଼ା ରିପୋର୍ଟ ହର ପ୍ରସାଦ ପାଢି