ଉର୍ଜାବନ ଓଡିଶା ପକ୍ଷରୁ ପଖାଳ ଦିବସ ପାଳନ କରାଯାଇଛି

ଆସନ୍ତା କାଲି ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବରେ ପାଳନ କରାଯାଇଥାଏ l ଏହି ମାର୍ଚ୍ଚ ୨୦ ତାରିଖରେ ବିଭିନ୍ନ ଅନୁଷ୍ଠାନ ଏବଂ ଘର ଓ ହୋଟେଲ ମାନଙ୍କରେ ପଖାଳ ଦିବସ ପାଳନ କରାଯାଇଥାଏ ତେଣୁକରି ପୁରୀଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଉର୍ଜାବନ ଓଡିଶା ପକ୍ଷରୁ ଆଜି ପଖାଳ ଦିବସ ବଡଦାଣ୍ଡ ସ୍ଥିତ ଏକ ମଣ୍ଡପରେ ଆୟୋଜନ କରାଯାଇଛି l ଦହିପଖାଳ, ସହିତ ମାଛଭଜା, ଛେଚାଚିଙ୍ଗୁଡ଼ି, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଶାଗଭଜା, ବଡିଚୁରା, ଛୁଇଁଆଳୁ ଭଜା, କଲରା ଚିପ୍ସ, କଙ୍କଡା ଚଟଣି, ପାମ୍ପଡ, ମିକ୍ଚର, ଦେଶୀ ପିଆଜ ଓ କାକୁଡି ସହିତ ବିଭିନ୍ନ ଆଇଟମ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ରାଜନେତା, ସାମ୍ବାଦିକ, ସମାଜସେବୀ ଏବଂ ବିଭିନ୍ନ ସଂଗଠନର ବ୍ୟକ୍ତିତ୍ୱମାନେ ଯୋଗଦାନ କରି ପଖାଳ ଖାଇ ତୋରାଣିର ମଜା ନେଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
