March 19, 2026
ajiro khabar
Share

 

 

୧-ଭୁବନେଶ୍ୱର: ବିଧାନ ସଭାରେ ବୁଲିଲା କୋକେଇ,ଶୁଭିଲା ରାମ୍ ନାମ୍ ସତ୍ୟ ହେ, ବିରୋଧୀ ବିଞ୍ଚିଲେ ଖଇ କଉଡି।SCB ଅଗ୍ନି କାଣ୍ଡ ଘଟଣାରେ ସ୍ବାସ୍ଥ୍ୟ ବିଭାଗକୁ ଶବ ସଜାଇଲେ ବିରୋଧୀ ବିଧାୟକ।

 

୨-ଏପ୍ରିଲ ୧୬ରୁ ରାଜ୍ୟରେ ଆରମ୍ଭ ହେଉଛି ଜନଗଣନା ପ୍ରଥମ ପର୍ଯ୍ୟାୟ, ଗୃହଗଣନା ଏବଂ ଗୃହ ତାଲିକା ହେବ ପ୍ରସ୍ତୁତ।

 

୩-SCB ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଚାରି ଅଧିକାରୀ ନିଲମ୍ୱିତ।

 

୪-ଭୁବନେଶ୍ୱର: ଯେଉଁଠି ବାରଣ,ସେଇଠି ଗଦା ଗଦା ଅଳିଆ,ଜରି ପଲିଥିନ୍ ଖାଇ ମରୁଛନ୍ତି ଗାଇ ଗୋରୁ।

 

୫-ଆଗାମୀ ୫ ଦିନ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି।

 

୬-୨ ବର୍ଷର ଅପେକ୍ଷାର ଅନ୍ତ! ମାଲକାନଗିରିରୁ ଭୁବନେଶ୍ୱରକୁ ବିମାନ ଚଳାଚଳ ଆରମ୍ଭ।

 

୭-ଅବୈଧ ମଦ ବ୍ୟବସାୟ ଉପରେ ପୁଲିସର ଚଢ଼ାଉ; ସୁନ୍ଦରଗଡ଼ରେ ୮୦୦ ରୁ ଅଧିକ ବୋତଲ ଜବତ ସହ ୫ ଗିରଫ।

 

୮-ପେଟ୍ରୋଲ ପରେ ଖାଇବା ତେଲ ଚିନ୍ତା; ମାସକରେ ବଢ଼ିଲାଣି ୩୦ ଟଙ୍କା।

 

୯-ଚାନ୍ଦବାଲି ତହସିଲ, ସାରଣା RI:ଅଫିସ୍ ଭିତରେ ପଶି RIଙ୍କୁ ମାଡ଼, ଭିତରୁ ଘୋଷାଡ଼ି ଆଣି ଛେଚି ଚାଲିଲେ ବ୍ୟକ୍ତି।

 

୧୦-ବାଲିଅନ୍ତା ହିରାପୁର ବ୍ୟବସାୟୀ ହତ୍ୟା ଘଟଣାରେ ଆସିଲା ରାୟ, ପିଶାଚ ପ୍ରେମିକାକୁ ହେଲା ଆଜୀବନ ସଜ୍ଜା।

 

୧୧-ଭୁବନେଶ୍ୱରରେ ପୁରୁଣା ପାସପୋର୍ଟ ଅଫିସ ଉଡ଼ାଇ ଦେବାକୁ ଧମକ, ଘଟଣାସ୍ଥଳରେ ଡଗ୍ ଓ ବମ୍ ସ୍କ୍ବାଡର ଯାଞ୍ଚ ଜାରି।

 

୧୨-ଉଦଳା:ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ନିର୍ଘାତ ମାଡ଼ ଘଟଣା, କପ୍ତିପଦା ବିଇଓ ଏବଂ ତହସିଲଦାରଙ୍କ ତଦନ୍ତ ଆରମ୍ଭ।

 

୧୩-ବାଲେଶ୍ୱର:ପରିବାର ଅଦାଲତ ନିକଟରେ ହାଇଡ୍ରାମା, କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କଲା ସ୍ବାମୀ।

 

୧୪-‘ବାପାଙ୍କୁ ମଧ୍ୟ ମିଳୁ ପିତୃତ୍ୱ ଛୁଟି’; କେନ୍ଦ୍ରକୁ ଆଇନ ଆଣିବାକୁ ସୁପ୍ରିମକୋର୍ଟଙ୍କ ଆହ୍ୱାନ।

 

୧୫-ଇରାନକୁ ଶକ୍ତ ଧକ୍କା : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇଣ୍ଟେଲିଜେନ୍ସ ମିନିଷ୍ଟର ଇସମାଇଲ ଖାତିବ ନିହତ।

 

୧୬-ନେଦରଲ୍ୟାଣ୍ଡରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏହି ଦେଶରେ ହକି ଖେଳିବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵି।

 

୧୭-ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକୀୟ ଫାଇଟର ଜେଟ୍‌କୁ ଓହ୍ଲାଇବାକୁ ଅନୁମତି ଦେଲାନି ତୁର୍କୀ

 

୧୮-ଚୀନ୍ ଯାଉଥିବା ରୁଷୀୟ ତୈଳ ଟ୍ୟାଙ୍କର ମାରିଲା ୟୁ-ଟର୍ଣ୍ଣ, ମଧ୍ୟପ୍ରାଚ୍ୟ ସଙ୍କଟ ଭିତରେ ଭାରତର ବଡ଼ କୂଟନୈତିକ ବିଜୟ।’ଆକ୍ୱା ଟାଇଟନ୍’ ଅଧା ରାସ୍ତାରୁ ୟୁ-ଟର୍ଣ୍ଣ ମାରି ଭାରତ ଆସୁଛି।

 

୧୯-ଆମେରିକା ପାଇଁ ସବୁଠୁ ବଡ଼ ପରମାଣୁ ବିପଦ ପାକିସ୍ତାନ, ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡଙ୍କ ବଡ଼ ବୟାନ।

 

୨୦-ଲାରିଜାନିଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ମୂଲ୍ୟ ଦେବାକୁ ପଡ଼ିବ, ଇସ୍ରାଏଲ-ୟୁଏସକୁ ଇରାନର ଚେତାବନୀ।