ବ୍ରହ୍ମଗିରି ରେ ନୂଆ ନାୟକ ଜିତୁ ଭାଇନା
ଆମ ଚାନେଲ ପ୍ରତିନିଧି ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୁ ନିୟୁଜ ଅନ୍ୱେଷଣ ରେ ଯାଇଥିବା ବେଳେ ହଠାତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଆରମ୍ଭ ଗିରଳ ଛକରୁ ସମାଜସେବୀ ଜିତେନ୍ଦ୍ର ନାୟକ ଙ୍କ ପୋଷ୍ଟର ଦେଖିବା ସହିତ ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ଅଞ୍ଚଳ ରେ ଜିତେନ୍ଦ୍ର ନାୟକ ଙ୍କ ବ୍ୟାନର ପୁରା ନିର୍ବାଚନ ମଣ୍ଡଳୀରେ ଦେଖି ବ୍ରହ୍ମଗିରି ବ୍ଲକ ସାହସପୁର ଗ୍ରାମ ରେ ଜିତେନ୍ଦ୍ର ନାୟକଙ୍କ ବାସଭବନ କୁ ଯାଇ ସ୍ୱତନ୍ତ୍ର ଭାବରେ ସାକ୍ଷାତ କରିବା ସହିତ ତାଙ୍କ ସହିତ ବିସ୍ତୃତ ଆଲୋଚନା କରି ଜାଣିଥିଲେ ଯେ ଜିତେନ୍ଦ୍ର ବ୍ରହ୍ମଗିରି ହାଇସ୍କୁଲ ରୁ ପାସ କରି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରେ ଅଧୟନ କରି ଭାରତୀୟ ନୌସେନା ବିଭାଗରେ ନିଯୁକ୍ତି ପାଇ ନିଜର କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ଅବସରନେବାପରେ ଓଡିଶା ଉଚ୍ଚନ୍ୟାୟାଳୟ ଓକିଲ ଭାବରେ କାର୍ଯ୍ୟକରି ନିଜ ନିର୍ବାଚନ ମଣ୍ଡଳୀ ପାଇଁ କିଛି କରିବାପାଇଁ ଚିନ୍ତା କରି ଋଷିବନ୍ତ ର ପୁନଃରୁଦ୍ଧାର, ଭୀମେଶ୍ୱର ମନ୍ଦିର ରେ ପୁରୀଜିଲ୍ଲା ର ବିଶିଷ୍ଟ ଶିକ୍ଷ୍ୟାବିତ ମାନଙ୍କ ଦ୍ୱାରା ସମ୍ମାନିତ ହୋଇ ବର୍ତ୍ତମାନ ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ଅଞ୍ଚଳ ର ସମସ୍ତ ଗ୍ରାମର ପିଇବା ପାଣି, ରାସ୍ତା, ଶୌଚାଳୟ ଉପରେ ଗୁରୁତ୍ୱ ଦେଇ ସମସ୍ୟା ସମାଧାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଜିତୁ ଭାଇନା l ଏଭଳିକି ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଟଙ୍କା ବାଣ୍ଟୁଥିବା ଦଳ ମାନଙ୍କ ଠାରୁ ଟଙ୍କା ଆଣି ବିନା ନିୟମ ପ୍ରମାଣ ରେ ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ଜିତୁ ଭାଇନା l ଏଥିସହିତ ଆସନ୍ତା ନିର୍ବାଚନ ରେ ଧୋକା ଦେଉଥିବା ନେତାଙ୍କ ଭଳି ନୁହେଁ ଜଣେ ସାଧାରଣ ସେବକ ହିସାବରେ ବିଧାନସଭା ଲୋକପ୍ରତିନିଧି ହେବାପାଇଁ ନିର୍ବାଚନ ଲଢ଼ିବେ କହିଛନ୍ତି ଜିତୁ ଭାଇନା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
