ଶ୍ରମିକନେତା ତଥା ଆଧ୍ୟାତ୍ମିକବାଦୀ ଜିତେଶ ଚୌଧୁରୀ ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି

IMG-20260219-WA0081
Share

ତିର୍ତ୍ତୋଲ ::-ତା 19/2/2026 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ତରଜଙ୍ଗା ପଞ୍ଚାୟତ ଅଧିନ ହାଜିପୁର ଗ୍ରାମର, ମା ସାରଳା ଙ୍କ ପରମଭକ୍ତ, ଗ୍ରାମଦେବତୀ ଥାନପତି ଙ୍କ ଭବ୍ୟମନ୍ଦିର ର ପ୍ରତିଷ୍ଠାତା ତଥା ପାରାଦ୍ୱୀପ ସାରକାରଖାନା ଷ୍ଟାପ ଆସୋସିଏସନ ର ପ୍ରତିଷ୍ଠାତାସଦସ୍ୟ ଓ କାର୍ଯକାରୀ ସଭାପତି ସ୍ବର୍ଗତ ଜିତେଶ ଚୌଧୁରୀ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଗତ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ, ଓ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଏବଂ ଚିଫଇଞ୍ଜିନିୟର ଆଶୁତୋଷ ମଲ୍ଲିକ, ତିର୍ତ୍ତୋଲବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ବିଶିଷ୍ଟ ସମାଜସେବୀ ଅଶ୍ୱିନୀ ଦାସ, ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ, ପି ପି ଏଲ ଷ୍ଟାଫ ଆସୁଏସେସନ କାର୍ଯ୍ୟକାରୀ ସଭାପତି ପଞ୍ଚାନନ ପଟେଲ, ଉପସଭାପତି ହେମନ୍ତ ମେହେର, ସାଧାରଣ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ଓଝା, ପ୍ରାକ୍ତନ କୋଷାଧ୍ୟକ୍ଷ କୁଳମଣି ବେହେରା ଙ୍କ ସମେତ ହରେକୃଷ୍ଣ ମହାନ୍ତି, ବିଶ୍ୱନାଥ ତାରେଣିଆ, ହରିହର ସାମଲ, ଅଜୟ ଦାସ, କୈଳାଶ ସ୍ୱାଇଁ ଓ ଦୁର୍ଯ୍ୟୋଧନ ରାଉତ ପ୍ରମୁଖ ଯୋଗଦେଇ ଥିବାବେଳେ ଭାଗିରଥି ମହାନ୍ତି, ଶିକ୍ଷକ ସମରେନ୍ଦ୍ର ସାହୁ, ରବିନାରାୟଣ ମହାନ୍ତି, ଶ୍ରୀକୃଷ୍ଣ ମହାନ୍ତି, ଜଗନ୍ନାଥ ଦାସ, ସୁଜିତ ଦାସ, ପ୍ରମୁଖ ସ୍ୱର୍ଗତ ଜିତେଶ ଚୌଧୁରୀ ଜଣେ ସରଳ, ମିଷ୍ଟଭାଷି, ପରୋପକାରୀ, ଭଗବତପ୍ରେମୀ ଓ ଆଧ୍ୟାତ୍ମିକବାଦୀ ଭାବେ ଝଙ୍କଡ଼ ସାରଳା ମନ୍ଦିରର ଉତ୍ତରଦ୍ୱାର ଖୋଲିବା କ୍ଷେତ୍ରରେ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ ବୋଲି ନିଜନିଜର ବକ୍ତବ୍ୟ ଉପସ୍ଥାପନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ନୟନା ଚୌଧୁରୀ, ଋଷିକେଶ ଚୌଧୁରୀ, ରୁଚିସ୍ମିତା ଚୌଧୁରୀ, ନରେଶ ଚୌଧୁରୀ, ଅଶେଷ ଚୌଧୁରୀ, ଶୈଳେଶ ଚୌଧୁରୀ, ଭବେଶ ଚୌଧୁରୀ, ପ୍ରମୋଦ ଚୌଧୁରୀ(କୁନା ) ପ୍ରତାପ ଚୌଧୁରୀ ଐସୁର୍ଯ୍ୟା ମହାନ୍ତି,କଳ୍ପନା ଚୌଧୁରୀ ଙ୍କ ସମେତ ଶିଖିଧ୍ଵଜ, ଆଶୀର୍ବାଦ, ଶ୍ରୀୟାଂଶି, ରିସିକା, ଦେବେଶ, ଓ ଚାନ୍ଦିନୀ ପ୍ରମ୍ମୁଖ ପରିଚାଳନା କରିଥିଲେ l ବିଶେଷକରି ସାରଳାମନ୍ଦିରର ବହୁ ବରିଷ୍ଠ ପଣ୍ଡା ସେବକ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ଶେଷରେ ସାରଳାପଞ୍ଜି ର ପ୍ରତିଷ୍ଠାତା ବିକାଶ ଚନ୍ଦ୍ର ପରିଜା ଧନ୍ୟବାଦ ଅର୍ପଣ କରିଥିଲେ l