March 11, 2026

ସୋର ଡାକ୍ତରଖାନାରେ ପରିସରରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି

IMG-20260219-WA0068
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ସୁଚନା ଅନୁସାରେ ସୋର ଥାନା ଆଙ୍ଗୁଳା ଗ୍ରାମର ମକରା ଦାସଙ୍କ ଘରକୁ ତାଙ୍କ ଶଶ୍ୱୁର ଆସିଥିବା ବେଳେ ଅପରାହ୍ଣରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଜ୍ୱାଇଁ ମକରା ଓ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ସୁମନ୍ତ ଧଡା ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ପରିବାର ଲୋକେ ଡାକ୍ତର ବିଳମ୍ବରେ ରୋଗୀ ଦେଖିବାକୁ ଆସିଥିବା କହି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେଠାରେ ଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଭିଡିଓ ଉତ୍ତୋଳନ କରିବା ସହିତ ଡାକ୍ତରଙ୍କୁ ଘେରିଥିଲେ। ଫଳରେ ଡାକ୍ତରଖାନା ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

 

ରୋଗୀଙ୍କ ମୃତ୍ୟୁକୁ ନେଇ ଡାକ୍ତର ଓ ସଂପର୍କୀୟଙ୍କ ମଧ୍ୟରେ ଗଣ୍ଡଗୋଳ

 

ବିଜେପି ସରକାର ରେ ସୁରକ୍ଷିତ କିଏ ??

ସଭ୍ୟ ସମାଜ ଭିତରେ ଜଣେ ଡାକ୍ତର ରୋଗୀ ଓ ରୋଗୀର ପରିବାର ଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଇଡିଏଟ୍ ଭାଷା କହିବାକୁ ଅଧିକାର ଦେଲା କିଏ ??

ଡାକ୍ତର ଖାନାରେ ଜଣେ ଡାକ୍ତର ର କର୍ତ୍ତବ୍ୟ କଣ ??

ଡାକ୍ତର ଖାନାରେ ଡାକ୍ତର DUTY କରୁଥିବା ସମୟରେ ରୋଗୀ ର ଭଲ ମନ୍ଦ ବୁଝିବା କଣ ପରିବାରର ଅଧିକାର‌ ନାହଁ କି ??

ଡାକ୍ତର ଖାନାରେ ଡାକ୍ତର ଭୁଲ୍ କଲେ ଡାକ୍ତର ର ଭୁଲ୍ ‘ ନ ‘ ଧରିବା କେଉଁ ଆଇନ୍ ରେ ଲେଖା ଅଛି ??

ସୋର ଡାକ୍ତର ଖାନାରେ ଜଣେ ସାମ୍ବାଦିକ ଫୋଟ ନ ଉଠାଇବା , ଡାକ୍ତର ସହ କଥା ନ‌ ହୋଇ ପାରିବା କେଉଁ ବହି ଓ କେତେ ନମ୍ବର ପୃଷ୍ଠା ଓ କେଉଁ ଆଇନ୍ ରେ ଲେଖା ଅଛି ??

ସୋର ଡାକ୍ତର ଖାନାରେ DUTY କରୁଥିବା ଡାକ୍ତର ଙ୍କୁ ଏତେ ସାହସ ଦେଉଛି କିଏ ??

ଡାକ୍ତର ଖାନାରେ ଡାକ୍ତର ରୋଗୀ ସେବା କରିବା ପାଇଁ ଅଛି ‘ ନା ଲୋକଙ୍କୁ ଧମକ ଦେଇ ରାଜନୀତି କରିବାକୁ ଚାହୁଁଛନ୍ତି ??

ଡାକ୍ତର ଖାନାରେ ଡାକ୍ତର ଭୁଲ୍ କଲେ ଯଦି ଜଣେ ସାମ୍ବାଦିକ ଓ ସାମ୍ବାଦିକା ଫୋଟ ଉତ୍ତୋଳନ କରେ ତେବେ ସାମ୍ବାଦିକ କୁ ଜେଲ୍ ପଠାଇବା ର ଧମକ ଦେଇଛନ୍ତି ଡାକ୍ତର ??

ଡାକ୍ତର ଖାନାରେ ସାମ୍ବାଦିକ ଓ ସାମ୍ବାଦିକା ଫୋଟ ଉଠାଇ ନ ପାରିବା ଖବର ପ୍ରସାରଣ କରି ନ‌ ପାରିବା କେଉଁ ସମ୍ବିଧାନ ରେ ଲେଖା ଅଛି ???

ଏସବୁ ଲୋକଙ୍କ ସରକାର ମୋହନ ମାଝୀ ଗଣମାଧ୍ୟମ ରୁ ଦେଖୁଛନ୍ତି ତ ???