ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ଖଇରା ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହର୍ଷ ଉଲ୍ଲାସ ର ସହ ପାଳିତ ହୋଇ ଯାଇଛି
ବୋଡ଼େନ – ୧୯/୨ (ପରମେଶ୍ୱର ମେହେର ) ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ଖଇରା ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ହର୍ଷ ଉଲ୍ଲାସ ର ସହ ପାଳିତ ହୋଇ ଯାଇଛି I ପ୍ରଧାନ ଶିକ୍ଷକ ମଙ୍ଗଳ ସିଂ ମା ଝି ଙ୍କ ଅଧ୍ଯକ୍ଷତା ରେ ମୁଖ୍ୟ ଅତିų ଜିଲ୍ଲା ପରିଷଦ ଅଧ୍ଯକ୍ଷା ଡଲି ମାଝୀ, ବୋଡେନ ବ୍ଲକ ଉପାଧ୍ଯକ୍ଷା ସଂଗୀତା ମାଝୀ ବିଶିଷ୍ଟ ଅତିଥୁ,ମୁଖ୍ୟ ବକ୍ତା ଭାବେ ବୋଡେନ କଲେଜ ଅଧ୍ୟାପକ କିଶୋର କୁମାର କର୍ଣ୍ଣ, ସମ୍ମାନିତ ଅତିଥୂ ଭାବେ ରାଜେନ୍ଦ୍ର ସିଂ ନିନା,ମଝିଆ ମାଝୀ, ଥବିରାମ ବେହେରା, ସି ଆର ସି ସି ଉତ୍ତମ ପ୍ରସାଦ ମହାଉତି,ଧବଳେଶ୍ବର ହରିଜନ ସଭାପତି ଶିକ୍ଷକ ସଙ୍ଘ, ହରିଶ୍ଚନ୍ଦ୍ର ମାଝୀ,ଚେୟାର ମେନ ପୂର୍ଣ୍ଣ ଚନ୍ଦ୍ର ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ନ ଥାଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ I ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥୁଲା,ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ମଧ୍ୟରେ ଡମ୍ବରୁ ଧର ମାଝୀ, କ୍ଷୀରସିନ୍ଧୁ ମାଝୀ, ବଇଦ ଦଲ, ହିଙ୍ଗୁଳା ମାଝୀ, କମଳା ଦୁରିଆ, ଅନୁସୟା ମାଝୀ, ମୁକେଶ ନାୟଙ୍କ ବିଭିନ୍ନ ସହଯୋଗ କରିଥିବାବେଳେ ହିତେଶ ଦୁରିଆ ମଞ୍ଚ ପରିଚାଳନା ଓ ଅଚ୍ୟୁତାନଦ ବିଭାର ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଥିଲେ ।
