March 10, 2026

ବାଧ୍ୟ ହୋଇ ଆସ୍ଥାୟୀ ରାସ୍ତା ନିର୍ମାଣ କଲେ ସ୍କୁଲ କର୍ତୃପକ୍ଷ

IMG-20260219-WA0027
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ ) ଭବାନୀପାଟଣା ସହର ନିକଟସ୍ଥ ଲଷ୍ମୀପୂର ଗ୍ରାମ ଠାରୁ ଗୋଠଭଟ୍ଟା ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ତିଆରି ପାଇଁ ଗ୍ରାମବାସୀଙ୍କ ଦାବି ନିଷ୍ଫଳ ହେବାପରି ମନେହେଉଛି। ପୁଣି ଏଠାରେ ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲ ଭଳି ବଡ ବିଦ୍ୟାଳୟ ଅବସ୍ଥିତ ଥିବାବେଳେ, ଏହି ଅଣଓସାରିଆ ଓ ଖାଲଖମାରରେ ପରିପୂର୍ଣ୍ଣ ରାସ୍ତା ଯୋଗୁଁ ସ୍କୁଲ ବସ ସ୍କୁଲ ପର୍ଯ୍ୟନ୍ତ ଯାଇନପାରୁଥିବାରୁ ଶହ ଶହ ଛାତ୍ର ଛାତ୍ରୀ ବାଧ୍ୟ ହୋଇ ପାଖାପାଖି ୪OO ମିଟର ରାସ୍ତା ଚାଲିଚାଲି ଯାଆନ୍ତି। ତଥା ଏହି ରାସ୍ତା ଉପରେ ଆଖପାଖର ୬, ୭ ଖଣ୍ଡ ଗାଁର ଲୋକେ ସମ୍ପୂର୍ଣ ନିର୍ଭରଶୀଳ ଥିବାବେଳେ, ଗ୍ରାମବାସୀଙ୍କ ଘନଘନ ଦାବି ପରେ ବିଭାଗୀୟ କର୍ତୃପକ୍ଷ ଧାନ କଟା ପରେ ୨୨ ଫୁଟ ଚଉଡାର ପକ୍କା ରାସ୍ତା ନିର୍ମାଣ କରାଯିବା ନେଇ ପ୍ରତିଶ୍ରୁତି ଦେଇ ଗ୍ରାମବାସୀଙ୍କୁ ଶାନ୍ତ କରାଇଥିବାବେଳେ, ଏହି ଅଞ୍ଚଳରେ ଧାନ କଟା ସରି ପ୍ରାୟ ଦୁଇ ମାସରୁ ଉର୍ଦ୍ଧ ହୋଇଯିବ, କିନ୍ତୁ ରାସ୍ତା ତିଆରି ହେବାର କୌଣସି ସଂକେତ ନମିଳିବାରୁ ତଥା ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ଅଭିଭାବକ ମାନେ ମଧ୍ୟ ଏନେଇ ବରାବର ଅସନ୍ତୋଷ ପ୍ରକାଶ କରିଆସୁଥିବାବେଳେ ତଥା ବିଭାଗୀୟ କର୍ତୃପକ୍ଷଙ୍କ ଜୁଳୁଜୁଳୁ ହୋଇ ଦିସୁଥିବା ଅବହେଳା ନୀତି ଯୋଗୁଁ ବାଧ୍ୟ ହୋଇ ଦିବ୍ୟଜ୍ୟୋତି ପବ୍ଲିକ ସ୍କୁଲ କର୍ତୃପକ୍ଷ ନିଜ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଖାପାଖି ପନ୍ଦର ଫୁଟ ଚଉଡାରେ ମେଟାଲ ଓ ମୋରମ ପକାଇ ଆସ୍ଥାୟୀ ରାସ୍ତା ନିର୍ମାଣ କରିଛନ୍ତି। ଏଥିଯୋଗୁଁ ଗତକାଲି ସ୍କୁଲ ବସ୍ ଗୁଡିକ ପ୍ରଥମଥର ପାଇଁ ସ୍କୁଲ ପର୍ଯ୍ୟନ୍ତ ଯାଇପାରିଥିବାବେଳେ, ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କିଛି ମାତ୍ରାରେ ଆଶ୍ବସ୍ତି ଲାଭ କରିଛନ୍ତି ଏବଂ ବର୍ତ୍ତମାନ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।