କୋରାପୁଟ ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ମାଛ ଓ ପଷୁ ପାଳନ ମେଳା ଉଦଘାଟିତ..

କୋରାପୁଟ (ଗୁପ୍ତେଶ୍ୱର ରଥ) କୋରାପୁଟ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ମାଛ ଓ ପଶୁପାଳନ ମେଳାର ଉଦ୍ଘାଟନ କରାଯାଇଛି। ଜିଲ୍ଲା ମୁଖ୍ୟ ପଶୁଚିକିତ୍ସା ଅଧିକାରୀ ଡାଃ ଲକ୍ଷ୍ମୀଧର ବେହେରା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ କୋରାପୁଟ ଜିଲ୍ଲାର ୩୭୫ ଜଣ କୃଷକଙ୍କୁ ଆବୃତ କରାଯାଇଛି। ସେଥିରୁ ୧୬୧ ଜଣ କୃଷକ ପୂର୍ବରୁ ଦୁଇଟି କରି ଗାଈ ପାଇସାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୩୨୦ଟି ଗାଈ କୋରାପୁଟ ଜିଲ୍ଲାକୁ ପହଞ୍ଚିଥିବା ସେ ଜଣାଇଛନ୍ତି।
ପଡ଼ୋଶୀ ରାଜ୍ୟରୁ ମାଛ ଆମଦାନି କମେଇ ନିଜସ୍ୱ ମାଛ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ଅମଲ କରିଛନ୍ତି। ଜିଲ୍ଲା ମାଛ ଚାଷ ଅଧିକାରୀ କହିଛନ୍ତି ଯେ ଏହା ଭବିଷ୍ୟତରେ ବହୁତ ଲାଭକାରୀ ହେବ। ନୂତନ ପୋଖରୀ ନିର୍ମାଣ ଏବଂ ପୁରୁଣା ପୋଖରୀଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ମାଛ ଚାଷ କରିବା ପାଇଁ ପରିକଳ୍ପନା କରାଯାଇଛି। କୋରାପୁଟ ଜିଲ୍ଲାରେ ୩୦୦ ହେକ୍ଟର ନୂତନ ପୋଖରୀ ଏବଂ ୩୦ ହେକ୍ଟର ପୁରୁଣା ପୋଖରୀରେ ମାଛ ଚାଷ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।
ଏହି ଅବସରରେ ମାଛ ଓ ପଶୁପାଳନ କୃଷକମାନଙ୍କୁ ଚେକ୍ ବିତରଣ କରାଯାଇଥିଲା।
