February 22, 2025

ମୁଳିସିଂହ, ଆଦର୍ଶ ବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷl ଙ୍କ ଯୋଗଦାନ କୁ ସ୍ବାଗତ

Share

ମୁଳିସିଂହ, ଆଦର୍ଶ ବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷl ଙ୍କ ଯୋଗଦାନ କୁ ସ୍ବାଗତ। ଝଙ୍କଡ଼ ତା ୧୯/୨/୨୦୨୫ ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂହ, ଆଦର୍ଶ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ବର୍ଷ ଧରି, କୌଣସି ଅଧ୍ୟକ୍ଷ ନଥିଲେ, ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଡଃ ସମୀର କୁମାର ଦାସ, କାର୍ଯ୍ଯଭାର ଗ୍ରହଣ କରି , ସୁଚାରୁ ରୁପେ ନିଜର କାର୍ଯ୍ୟ ନିର୍ବାହ କରିଆସୁଥିଲେ । ମାତ୍ର ସୁଖର କଥା ସରକାର ଙ୍କ ନିର୍ଦ୍ଦେଶ ଅନୁଯାଇ, ନିବେଦିତା ପଟ୍ଟନାୟକ ଏଠାରେ ଅଧ୍ୟକ୍ଷl ଭାବରେ ଯୋଗଦାନ କରିବା ପରେ, ବହୁ ଅପେକ୍ଷା ଓ ପ୍ରତୀକ୍ଷାର ଅନ୍ତଘଟିଛି। ତାଙ୍କର ଏହି ଯୋଗଦାନ କୁ ସ୍ବାଗତ କରିବା କରିବା ପାଇଁ, ବିଦ୍ୟାଳୟର ଉପାଧ୍ୟକ୍ଷ ଡଃ ସମୀର କୁମାର ଦାସ ଡଃ ବିଜୟ କୁମାର ଗୟା , ପ୍ରଦୀପ କୁମାର ସେଠୀ , ମଧୁସ୍ମିତା ବେହେରା, ଶତାବ୍ଦୀ ପ୍ରିୟଦର୍ଶିନି ସାହୂ , ନିହାରିକା ଜେନା , ବର୍ଷାବିନ୍ଦୁ ସାହୂ , ଭୁବନ ମଣ୍ଡଳ ଓ ପ୍ରତ୍ୟୁଷ ପ୍ରିୟଦର୍ଶନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ଶିକ୍ଷାକର୍ମୀ ପ୍ରଶାନ୍ତ କୁମାର ବାରିକ , ଶୁଭ୍ରାଂଶୁ ମଲ୍ଲ ଓ ଦୀପ୍ତି ରଞ୍ଜନ ମାହାନ୍ତି ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିବାର ଦେଖିବାକୁ ମିଳିଥିଲା। ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ଓ ବିଭୁତିକ୍ଷେତ୍ର ସିଦ୍ଧ ଗୋରେଖନାଥ ଙ୍କ ମଠ ର ମଧ୍ୟବର୍ତ୍ତୀ ସ୍ଥାନରେ ଏହି, ଓଡିଶା ଆଦର୍ଶ ବିଦ୍ୟାଳୟ ର ଗାରିମା କୁ ବଜାୟ ରଖିବା ସହିତ, ଶତ ପ୍ରତିଶତ ଫଳାଫଳ ଆଣିବା ପାଇଁ ଆମେ ନିଶ୍ଚିତ ଭାବରେ ଗୁରୁତ୍ୱ ଦେବୁ ବୋଲି ନୂତନ ଅଧ୍ୟକ୍ଷl ଶ୍ରୀମତୀ ପଟ୍ଟନାୟକ, ଏଠାରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଥଲେ।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା