April 28, 2026

ମହା ଶିବରାତ୍ରୀରେ ବନ୍ଥପଲ୍ଲୀ ଶୈବପୀଠ ଚଳଚଞ୍ଚଳ

IMG-20230219-WA0001
Share

 

ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରୀ ଅବସରରେ ଶନିବାର ଦିନ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଶ୍ରୀ ନାଗେଶ୍ଵର ମହାଦେବଙ୍କ ପୀଠରେ ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ମଧ୍ୟରେ ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ମହାଦୀପ ଚଢିବା ପର୍ଯ୍ୟନ୍ତ ଭକ୍ତ ମାନେ ଉପବାସ ରହିଥାନ୍ତି। ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ସନ୍ଧ୍ୟା ସମୟରେ ନାଗେଶ୍ବର ମହାଦେବଙ୍କ ପିଠରେ ୨୧ହଜାର ଏକ ଶହ ୨୧ ଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ଜନମଙ୍ଗଳ ଯୁବ ସଂସଦ ତଥା ନାଗେଶ୍ଵର ନାଟ୍ୟ ସଂସଦ ତରଫରୁ ଏକ ସାମାଜିକ ନାଟକ “କାହାଣୀ କାନ୍ଦୁଛି ଆଖି ଲୁଚାଇ” ମଞ୍ଚସ୍ଥ ହୋଇଥିଲା ଏହି ନାଟକଙ୍କ ଦିଗପହଣ୍ଡି ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ କୁକୁଡ଼ାଖଣ୍ତି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ଉପସଭାପତି କୈଳାଶ ବିଷୋୟୀ, ସ୍ଥାନୀୟ ସରପଞ୍ଚ କାମିନୀ ନାୟକ, ସମିତି ସଭ୍ୟା ସୁନୀତା ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତ୍ରିନାଥ ନାହାକ, ସରପଞ୍ଚ ପ୍ରତିନିଧି ଟୁନା ନାୟକ,ଯୁବ ସଂଘର ସଭାପତି ରିଙ୍କୁ ତାରିଣୀ, ଉପଦେଷ୍ଟା ମହେଶ ଚନ୍ଦ୍ର ଭୂୟାଁ, ଜନାର୍ଦ୍ଦନ ଭୂୟାଁ, ସମ୍ପାଦକ ଜଗଦୀଶ ପାତ୍ର, ସୁଶାନ୍ତ କୁମାର ଭୂୟାଁ, ସୂର୍ଯ୍ୟ ନାରାୟଣ ଭୂୟାଁ, ସଞ୍ଜୟ ବିଷୋୟୀ, ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ଓ ପ୍ରସାଦର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ