କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ବୁଗୁଡା : ତା ୧୯/୦୧/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମ ନିକଟସ୍ଥ ଜାମୁ ଗଳେଇ କେନାଲରୁ ଜନୈକ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଅରୁଣ ସାହୁ (୪୩)। ଏ ନେଇ କେସ୍ ନଂ ୫/୨୬ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ସାତଟାରେ ଅରୁଣ ଘରୁ ବାହାରି ଆଉ ଫେରି ନଥିଲେ । ତେବେ ଖୋଜାଖୋଜି କରିବା ବେଳେ ଆଜି ଅପରାହ୍ନରେ କେନାଲ ପାଣିରେ ଅରୁଣଙ୍କ ଭାସମାନ ଶବ ଦେଖିବାକୁ ମିଳିଥିଲା । ଏ ନେଇ ଖବର ପାଇବା ପରେ ସେଠାରେ ପୋଲିସ ପହଞ୍ଚି ଦମକଳବାହିନୀ ସହାୟତାରେ ଶବକୁ ଉଦ୍ଧାର କରାଯାଇଥିଲା। ପୋଲିସ ଶବକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
