March 10, 2026

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ…

ujygui
Share

ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ଆୟୋଜିତ ଅଷ୍ଟଦିବସୀୟ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ଅଗ୍ନିଶମ କର୍ମଚାରୀ ପ୍ରତାପ କୁମାର ସ୍ବାଇଁ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ଗ୍ରହଣର ଉପଯୋଗିତା ସମ୍ପର୍କରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଉକ୍ତ ପ୍ରଶିକ୍ଷଣ ଶିବିରରେ ୧୭୧ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ମାଷ୍ଟର ଟ୍ରେନର୍ ସମିତା ଜେନା ଓ ମଧୁମିତା ଜେନା ପ୍ରମୁଖ ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ସନ୍ତୋଷିନୀ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିର ପରିଚାଳନାରେ ଅଧ୍ଯାପକ ବିଭୂତି ଭୂଷଣ ମିଶ୍ର , ପ୍ରଭାକର ଡ଼ାକୁଆ, ନିରୁପମା ରାୟ ମହାପାତ୍ର , ସତ୍ଯଶ୍ରୀ ଜେନା ପ୍ରମୁଖ ସହଯୋଗ କରିଥିଲେ ।