April 25, 2026

ବହୁ ଆଡମ୍ବର ର ସହିତ ଲୋକ ମୋହତ୍ସବ

WhatsApp Image 2023-01-19 at 2.03.16 PM
Share

ରାୟଗଡା :-(ସୁରେନ୍ଦ୍ର ମହାନ୍ତି )ବହୁ ଆଡମ୍ବର ର ସହିତ ଲୋକ ମୋହତ୍ସବ ଚଇତି ଆଜି ଐତିହାସିକ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡିଆ ରେ ଆରମ୍ଭ ହୋଇ ଯାଇଛି l ଉଦଘାଟନ ପୂର୍ବରୁ ରାୟଗଡା ର ଆରାଧ୍ୟ ଦେବୀ ମା ମାଝୀ ଗୌରୀ ମନ୍ଦିର ରୁ ଆଜ୍ଞା ମାଳ ସହିତ ଝଞ୍ଜା ବତୀ ନଦୀ ରୁ ଜଳ ଧାରଣ କରି ପୂର୍ଣ୍ଣ କଳସ ଶଙ୍ଖ ମହୁରୀ ନାଚ ଗୀତ ସହିତ ସହର ପରିକ୍ରମା କଲା ପରେ ମଞ୍ଚ ରେ ପହଂଚି ଥିଲା l ମଞ୍ଚ ରେ ପ୍ରଭୁ ଜଗନ୍ନାଥ ଙ୍କ ବିଗ୍ରହ ସହିତ ପୂଜା ଅର୍ଚନା କରି ଶୁଭାରମ୍ଭ ହୋଇଥିଲା ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଆଇନ ଓ ଜନଜାତି ମଙ୍ଗଳ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସlରକା, କୋରାପୁଟ ସାଂସଦ ସପ୍ତ ଗିରି ଉଲାକା, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପାଳ ସ୍ୱାଧlଦେବସିଂ,ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଓ ଜିଲ୍ଲା ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଲୋକ ପ୍ରତିନିଧି ଉପସ୍ଥିତ ଥିଲେ l ବହୁ ସଂଖ୍ୟା ରେ ଜନ ସମାଗମ ଦେଖିବାକୁ ମିଳିଥିଲା l