April 24, 2026

ଗଜପତି ସଂଖ୍ୟାଲଘୁ ସାମାଜିକ ପରିଷଦ ମୋହନା ପକ୍ଷରୁ ବିଶ୍ଵ ସଂଖ୍ୟାଲଘୁ ଦିବସ ଅବସରରେ ପ୍ରି – କ୍ରିଷ୍ଟମାସ ମୋହତ୍ସବ ଆଡମ୍ବର ସହ ପାଳିତ

WhatsApp Image 2025-12-18 at 7.57.37 PM
Share

ମୋହନା (ଜୁନେସ ଶବର)ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ସଦର ମହକୁମା ସ୍ଥିତ ହାଇ ସ୍କୁଲ ଖେଳ ପଡିଆ ଠାରେ ଆଜି ଆଡମ୍ବର ସହକାରେ ପ୍ରି – କ୍ରିଷ୍ଟମାସ ପର୍ବ ପାଳିତ ହୋଇଯାଇଛି। ଏହି ପର୍ବରେ ଅଞ୍ଚଳ ର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ଉତ୍ସବ କୁ ଆନନ୍ଦର ସହ ଉପଭୋଗ କରିଥିଲେ। ଉତ୍ସବ ଆରମ୍ଭରୁ ହଜାର ହଜାର ପୁରୁଷ ଓ ମହିଳା କଲେଜ ଛକ ଠାରୁ ବିଭିନ୍ନ ପ୍ରକାର ପଟୁଆର ରେ ସହର ମଧ୍ୟରେ ଶୋଭାଯାତ୍ରା କରି ଉତ୍ସବ ସ୍ଥଳ କୁ ଯାଇଥିଲେ। ଏହି ଉତ୍ସବ ର ସଭାପତି ରାମ ଦଳ ବେହେରା ଏବଂ ସମ୍ପାଦକ ରସାନନ୍ଦ ପାଣି ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ବିଶପ ଡ. ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ରୂପେ ଥିଅଫିଲ ନାୟକ, ଡ. ଚେତନ କୁମାର ଦିଗାଲ,ଡ. ସୁରେନ୍ଦ୍ର କୁମାର ନନ୍ଦ, ଡ. ବିଶପ ଜିତୁ ଲିମା, ଫା. ମାଲା କ୍ୟସ ବୀର, ପ୍ରକାଶ କୁମାର ତ୍ରିପାଠୀ, ବିଧାୟକ ମୋହନା ଦାଶରଥି ଗମାଙ୍ଗ, ପାରଳା ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ମୋହନା ଅଞ୍ଚଳ ଆର ଏସ ଏସ ମୁଖ୍ୟ ଅଶୋକ ରଣଜିତ୍ ଙ୍କ ସହ ସାଥୀ ଗଣ ମଧ୍ୟ ଉପସ୍ଥିତ ଥିବା ବେଳେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଲିଭିଂ ଷ୍ଟନ ଗମାଙ୍ଗ, ଉତ୍କଳ ପାଣ ସମାଜ ସଭାପତି ଅଭୟ ପରିଛା, ଫା. ଇଶକ ନାୟକ, ଅବ୍ରହମ୍ ଗମାଙ୍ଗ, ରାଜ କିଶୋର ମଲ୍ଲିକ, ଜୁଏଲ ମାଝୀ, ଇସକ ମଣ୍ଡଳ, ବି. ଏସ. ରାଇକା, ପ୍ରଶ୍ନ ମାଳି, କରୁଣାକର ଭୂୟାଁ, ଜିଖରିୟ ଶବର, ଅମିନ ଗମାଙ୍ଗ, ସିନା ହିଙ୍ଗୁ ରାଇତ, ଫା. ସଲମାନ୍ ଶବର ପ୍ରମୁଖ ଆଞ୍ଚଳିକ ମୁଖ୍ୟ ମାନଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ର ସହ ଉତ୍ସବ ପାଳନ ହୋଇଥିବା ବେଳେ ଅଞ୍ଚଳ ରୁ ଆସିଥିବା ଲୋକେ ଆନନ୍ଦର ସହ ଉତ୍ସବ ଉପଭୋଗ କରି ଘରକୁ ଫେରି ଥିଲେ। ଡ. ସୁରେନ୍ଦ୍ର କୁମାର ନନ୍ଦ ପ୍ରାରମ୍ଭିକ ପ୍ରାର୍ଥନା ଆରମ୍ଭ କରି ଉତ୍ସବ ଟିକୁ ଉନ୍ମୋଚନ କରିଥିଲେ। ଉତ୍ସବ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ସଭାପତି ରାମ ଦଳ ବେହେରା ଏହି ଉତ୍ସବ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗ୍ରହର ସହ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ଦୃଷ୍ଟି ରଖିଥିବା ଦେଖି ବାକୁ ମିଳିଥିଲା। ଗଜପତି ଜିଲ୍ଲା ର ଦୁଇ ବିଧାୟକ ଉତ୍ସବରେ ଉପସ୍ଥିତ ରହି ଉତ୍ସବର ଆୟୋଜକ ମାନଙ୍କୁ ସାଧୁବାଦ୍ ଜଣାଇ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବା ପ୍ରକାଶ।

 

You may have missed