ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୨ତମ ବାର୍ଷିକୋତ୍ସବ
ବୁଗୁଡ଼ା: ୧୮/୧୨/୨୫ : ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି। ଅଧ୍ୟକ୍ଷ ସରୋଜକାନ୍ତ ଦାସଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଉଚ୍ଚଶିକ୍ଷା ବିଭାଗ କ୍ଷେତ୍ରୀୟ ଯୁଗ୍ମ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ, ସମାଜସେବୀ ରବୀନ୍ଦ୍ର କୁମାର ପରିଡା, ଯୁବନେତା ମହେନ୍ଦ୍ର ପ୍ରସାଦ ପଣ୍ଡା, ରାଜନେତା ରବୀନ୍ଦ୍ରନାଥ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କେ.ନୀଳମାଧବ ଆଚାରୀ, ଡିଗ୍ରୀ କଲେଜ ଅଧ୍ୟକ୍ଷ ଗୋପୀନାଥ ମହାନ୍ତି , ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା ବେଳେ ଏଥିରେ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, କିଶୋର ଚନ୍ଦ୍ର ପଣ୍ଡା, ସୁଜାତା କୁମାରୀ ପଟ୍ଟନାୟକ, ସ୍ମିତା ରାଣୀ ସାହୁ, ଜ୍ଞାନ ଚାନ୍ଦ ଗୈ।ଡ ପ୍ରମୁଖ ସହଯୋଗ କରିଥିଲେ।
ଏହି ଉତ୍ସବ ପରିଚାଳନାରେ ପ୍ରାଧ୍ୟାପକ ଡ.ଦିଲ୍ଲୀପ କୁମାର ପ୍ରଧାନ, ଡ.ଶିଶିର କୁମାର ନାୟକ,ଏ.ଜୀତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ, ଭାବଗ୍ରାହୀ ମହାପାତ୍ର,ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ରଶ୍ମୀ ରଞ୍ଜନ ତ୍ରିପାଠୀ,ସଞ୍ଜୟ କୁମାର ପାତ୍ର, କାହ୍ନୁ ଚରଣ ଦାସ, ଭଞ୍ଜ କିଶୋର ଗୈ।ଡ, ସୋନିଆ ମହାନ୍ତି, ନବଘନ ପ୍ରଧାନ, ରମାକାନ୍ତ ରାଉତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
