April 26, 2026

ବିଗତ ୨ ବର୍ଷର ଖର୍ଚ୍ଚ ଓ ବକେୟା ଅର୍ଥର ହିସାବକୁ ନେଇ ବିତର୍କକୁ ନେଇ ଅଧାରୁ ବନ୍ଦ ହେଲା ଗଜପତି ଉତ୍ସବର ପ୍ରସ୍ତୁତି ବୈଠକ 

IMG-20251218-WA0080
Share

 

ପାରଳାଖେମୁଣ୍ଡି୧୮/୧୨(ଗରୁଡ଼ ଧ୍ଵଜ ଚୌଧୂରୀ)ବିଗତ ୨ବର୍ଷର ଖର୍ଚ୍ଚ ଓ ବକେୟା ଅର୍ଥର ହିସାବକୁ ନେଇ ବିଭିନ୍ନ ବାଦ ବିବାଦ ଓ ବିଭିନ୍ନ ବିତର୍କ ଯୋଗୁଁ ଅଧାରୁ ବନ୍ଦ ହେଲା ଗଜପତି ଉତ୍ସବର ପ୍ରସ୍ତୁତି ବୈଠକ. ଗଜପତି ଉତ୍ସବ ପାଳନ ନେଇ ଗତକାଲି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା. ଏନେଇ ଆଲୋଚନା ପ୍ରାରମ୍ଭରେ ହିଁ ହଟ୍ଟଗୋଳ ଯୋଗୁଁ ବୈଠକକୁ ସ୍ଥଗିତ ରଖାଯାଇଛି। ବିଗତ ଦୁଇବର୍ଷର ଖର୍ଚ୍ଚ ଓ ବକେୟା ଅର୍ଥର ହିସାବକୁ ନେଇ ବିତର୍କ ହୋଇଥିଲା ଯାହା ଫଳରେ ହେବାକୁ ଥିବା ଚଳିତବର୍ଷ ଗଜପତି ଉତ୍ସବର ତାରିଖ ଧାର୍ଯ୍ୟ କରିବା ପାଇଁ ଆଲୋଚନା ଆଗକୁ ବଢି ପାରିନଥିଲା। ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରତି କମିଟିର ଅଧ୍ୟକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବିଗତ ବର୍ଷର ଖର୍ଚ୍ଚ ଓ ଅନୁଦାନ ଅର୍ଥର ହିସାବର ସମୀକ୍ଷା କରା‌ଯିବ. ଏହାପରେ ପୁଣି ଗଜପତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ କରାଯାଇ ଉତ୍ସବର ତାରିଖ ଘୋଷଣା କରାଯିବା ନିଷ୍ପତ୍ତି ହୋଇଛି.