April 26, 2026

ଉମରକୋଟ ବ୍ଲକ ତରଫରୁ ଭାମିନି ଠାରେ ସାଂସଦ ଖେଳ ମହୋତ୍ସବ ପାଳନ…….

IMG-20251218-WA0010
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାମିନି ଠାରେ ବ୍ଲକ ସ୍ତରୀୟ “ସାଂସଦ ଖେଳ ମହୋତ୍ସବ” ପାଳନ କରାଯାଇଛି ଏହା ଅକ୍ଟୋବର ୧୪ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୫ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଙ୍କ ଜନ୍ମ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଖେଳ ମହୋତ୍ସବ ଯୁବ ଶକ୍ତି ଓ ପ୍ରତିଭାର ମହାପର୍ବ ଅଟେ ଏହା ଏକ ଏମିତିକା ଖେଳ ପର୍ବ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଖେଳ ଇଣ୍ଡିଆ ଫିଟ୍ ଇଣ୍ଡିଆ ଅଭିଯାନ କୁ ସାକାର କରିବା ଅଟେ ।ଯୁବ ପିଡିଙ୍କ ଭିତରେ ଲୁଚି ରହିଥିବା ଖେଳ ପ୍ରତିଭାକୁ ଅନୁସଂନ୍ଧାନ କରିବା ସେମାନଙ୍କ ପ୍ରତିଭାକୁ ଖେଳ ଜଗତରେ ପ୍ରତିପାଦନ କରିବା ପାଇଁ ସୁଯୋଗ ଦେବା ।ତୃଣମୂଳ ସ୍ତରର ପ୍ରତିଭାବାନ ଖେଳାଳି ମାନଙ୍କୁ ପରିଚୟ କରାଇବା ଗ୍ରାମୀଣ ଏବଂ ସହର ର ସ୍ଥାନୀୟ ପ୍ରତିଭାବାନ ଖେଳାଳି ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରିୟ ସ୍ତରରେ ଆଗକୁ ବଢିବାର ସୁଯୋଗ ପାଇବେ ।ଯେଉଁଥିରେ କ୍ରିକେଟ୍, ଫୁଟବଲ,କବାଡି, ଭୋଲିବଲ, ଏବଂ କିଛି ପାରମ୍ପରିକ ଖେଳ ସାମିଲ ହୋଇଥାଏ, ବିଭିନ୍ନ ବର୍ଗର ପୁରୁଷ, ମହିଳା ଏଥିରେ ଭାଗନେଇ ପଦକ ହାସଲ ସହ ଅର୍ଥ ରାଶି ପୁରଷ୍କୃତ ହୋଇଥାନ୍ତି ।ବିକଶିତ ଭାରତର ସ୍ବପନକୁ ସାକାର କରିବା ଏହା ଅନ୍ୟ ଏକ ମାଧ୍ୟମ ।ସମସ୍ତ ସ୍ତାନୀୟ ସାଂସଦ ଙ୍କ ପ୍ରୋତ୍ସାହନ ଏବଂ ନେତୃତ୍ଵରେ ସମଗ୍ର ଭାରତରେ ନିଜ ନିଜ ସଂସଦୀୟ କ୍ଷେତ୍ରରେ ଏହି ଖେଳର ଆୟୋଜନ କରାଯାଇଥାଏ ।ଏହି ଖେଳ ପ୍ରତିଯୋଗିତା ପଞ୍ଚାୟତ ଓ ବ୍ଲକ ସ୍ତରରୁ ଲୋକସଭା ସ୍ତର ପର୍ଯ୍ୟନ୍ତ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ,ରାଜ୍ଯ ଉପ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ରାମ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ବିଡିଓ ମନରଞ୍ଜନ ମେହେର, ମୁନସିପାଲଟି କାର୍ଯ୍ୟନିର୍ବାହି ଅଧିକାରୀ ଆଲୋକ କୁମାର ଅନଗୁଳିଆ, ବ୍ଲକ ମନ୍ତ୍ରୀଙ୍କ ପ୍ରତିନିଧି ସନା ମାଝୀ, ବ୍ଲକ ସାଂସଦ ପ୍ରତୀନିଧୀ, ବାସନ୍ତି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।