September 21, 2024

ଗଞ୍ଜାମ ମହାବିଦ୍ୟାଳୟ କ୍ରୀଡା ମହୋତ୍ସବ ଉଦଘାଟିତ…

Share

 

 

 

ଗଞ୍ଜାମ ମହାବିଦ୍ୟାଳୟରେ ନୁଆଁ ଓଡ଼ିଶା ନବୀନ ଓଡିଶା ପରିପ୍ରେକ୍ଷୀରେ କ୍ରୀଡା ମହୋତ୍ସବର ଶୁଭ ଉଦଘାଟନ ହୋଇଯାଇଛି l କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳ ଙ୍କ
ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଏନ ଏ ସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ l ନୋଡାଲ ଅଫିସର ରୋହିତ କୁମାର ସାହୁ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ନିକଟସ୍ଥ ମା ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଏକ ମଶାଲ ଯାତ୍ରା ବାହାରି କଲେଜ ଖେଳ ପଡିଆରେ ପହଞ୍ଚିବା ପରେ ଛାତ୍ର ଛାତ୍ରୀ ମାନେ ପ୍ଳାଗ ମାର୍ଚ୍ଚ କରିଥିଲେ l ପରେ
କଲେଜ ର ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଭୋକେସନାଲ ପ୍ରତି ବର୍ଷର ଛାତ୍ରଙ୍କ ମଧ୍ୟରେ କ୍ରିକେଟ ଖେଳ ଆୟୋଜିତ ହୋଇଥିଲା l ଆଥଲେଟିକ୍ସ ବୋର୍ଡ ସଦସ୍ୟ ନିଗମ ସ୍ୱାଇଁ, ଅରୁନ୍ଧତୀ ସିଂ, ମହେନ୍ଦ୍ର ସେଠୀ, ଆଦିତ୍ୟ ମହାପାତ୍ର, ଗଦାଧର ସାହୁ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ କ୍ରିକେଟ ଖେଳ ସୁପରିଚାଳନା କରିଥିଲେ l ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ସୁଶାନ୍ତ ମହାନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ଅମର ପ୍ରସାଦ ବିଷୋୟୀ କ୍ରିକେଟ ଖେଳରେ ଧାରାବିବରଣି ଦେଇଥିଲେ l ଆମ୍ପାୟାର ଭାବେ ହିମାଂଶୁ ନାୟକ, ଶିବ ବେହେରା ଅବିନାଶ ପତି କାର୍ଯ୍ୟ ସମ୍ପାଦନ କରିଥିଲେ l ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କାର୍ମଚାରୀ କ୍ରୀଡା ମହୋତ୍ସବର ସୁପରିଚାଳନାରେ ସହଯୋଗ କରିଥିଲେ l(ପ୍ରଦୀପ କୁମାର ପଣ୍ଡା)