September 21, 2024

ପଥର କୁଆଁରୀ ଓ କ୍ରସର୍ କୁ ନେଇ ଅଞ୍ଚଳବାସୀଙ୍କ ବିରୋଧ

Share

କୁନ୍ଦୁରା: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ରାଣିଗୁଡ଼ା ପଞ୍ଚାୟତ ସଦର ମହକୁମା ରୁ ଅତି ନିକଟରେ ଚାଲି ଥିବା ପଥର କୁଆରୀକୁ ବିରୋଧ କରିଛନ୍ତି ପଞ୍ଚାୟତ ବlସୀ l ଗତକାଲି ସ୍ଥାନୀୟ ତହସିଲଦାର ବିନୋଦ କୁମାର ନାୟକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପ୍ରକାରେ ବହୁ ବର୍ଷ ହେଲା କୁଆଁରୀରେ ପଥର ବ୍ଲାଷ୍ଟିଙ୍ଗ କାର୍ଯ୍ୟ ଚାଲିଛି l ଏହା ଦ୍ବାରା ଘରକାନ୍ଥ ଫାଟୁଛି, ଓ ଛୋଟ ପିଲା ଭୟଭୀତ ହେଉଛନ୍ତି l ଦିନକୁ ଶହ ଶହ ଗାଡ଼ି ପଥର ବୋଝେଇ ଟ୍ରକ ଯିବା ଆସିବା ଦ୍ଵାରା ରାସ୍ତା ଘାଟ ବାରମ୍ବାର ଖରାପ ହେଉଛି l ସାଇକେଲ, ମୋଟର ସାଇକେଲ ଓ ପାଦଚଲା ଲୋକେ ରାସ୍ତା ଧୂଳିରେ ଭାରି ସମସ୍ୟା ଭୋଗୁଛନ୍ତି l ପଥର ବ୍ଲାଷ୍ଟିଂ ଦ୍ବାରା ପଥର ଗୁଣ୍ଡ ଓ ଖଣ୍ଡ ଆଖପାଖ ଜମିରେ ପଡ଼ି ଜମି ନଷ୍ଟ ହେଉଛି l ପଥର ଖଣ୍ଡ ବାଜି ଲୋକେ ଆହତ ମଧ୍ୟ ହେଉଛନ୍ତି l ସିଉନି ଗୁଡ଼ା ନିକଟରେ କେନାଲକୁ କୁଆଁରୀ ବାଲା ପାଣି ବନ୍ଦ କରୁଛନ୍ତି l ଏହି କୁଆଁରୀ ଯୋଗୁଁ ପାଣି ଦୂଷିତ ହେଉଛି ତାହା ଗାଈ ଗୋରୁ ପିଇ ମାରିଯାଉଛନ୍ତି l ଏହି କୁଆଁରୀ ଠାରୁ ଅତି ନିକଟରେ ନିର୍ମାଣ ଚାଳିଛି ଏକଲବ୍ୟ ବିଦ୍ୟାଳୟ, ପାଖରେ ରହିଅଛି ସରକାରୀ ୫ t ଉଛ ବିଦ୍ୟାଳୟ , ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ହଷ୍ଟେଲ, ଉଛ ପ୍ରାଥମିକ ବିଦ୍ୟାଳୟ ସମେତ ରାଣୀ ଗୁଡ଼ା ପଞ୍ଚାୟତ ସଦର, ପଥର କୁଆଁରୀ ଯୋଗୁଁ ଛାତ୍ର ଛାତ୍ରୀ ବହୁ ପ୍ରଭାବିତ ହେଉଛନ୍ତି l ଯେ ହେତୁ ସେହି ମୁଖ୍ୟ ରାସ୍ତା ଦେଇ ଦିନ ତମାମ ପଥର ବୋଝାଇ ଟ୍ରକ୍ ଯାତାୟତ କରୁଛି ତେଣୁ ପିଲାଙ୍କୁ ସ୍କୁଲ୍ ଛାଡ଼ିବାକୁ ଅଭିଭାବକ ଭୟଭୀତ ହେଉଥିବା ଆଦି ଦାବୀ ପତ୍ରରେ ଉଲ୍ଲେଖ ରହିଛି l ପଞ୍ଚାୟତ ବlସୀଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଏହି କୁଆଁରୀ ବନ୍ଦ କରିବାକୁ ଦାବି କରିଛନ୍ତି l ଏ ନେଇ ତହସିଲଦାର ଶ୍ରୀ ନୟକଙ୍କ ପଚାରିବାରୁ ବର୍ତମାନ ପଥର କୁଆରୀ ରାଜସ୍ବ ବିଭାଗ ଅଧିନରେ ନାହିଁ l ଅଭିଯୋଗ ପ୍ରକାରେ ଥାନା ଅଧିକାରୀ ଦିପlଞ୍ଜଳୀ ପ୍ରଧାନଙ୍କ ଶହ କୁଆରୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ଏ ସଂକ୍ରାନ୍ତୀୟ ସମସ୍ତ ଅଭିଯୋଗକୁ ଖଣି ବିଭାଗ ନିକଟରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିବା କହିଛନ୍ତି l ଦୀର୍ଘ ଦିନ ହେବ ରାଣୀଗୁଡ଼ା ଠାରେ କ୍ରସର୍ ଚାଲୁଛି ତାହା କାହା ନାମରେ ଦୀର୍ଘ ବର୍ଷ ହେବ ଟେଣ୍ଡର ହୋଇଛି l ଏହାର ଏକ ଉଛ ସ୍ତରୀୟ ତଦନ୍ତ ର ଅlବଶକ୍ୟତା ରହିଛି l ଉକ୍ତ କ୍ରସର୍ ଚାଲିବା ଯୋଗୁଁ ଗୁଡ଼ାଏ କୁଆରୀ କୁନ୍ଦୁରା ଓ କୋଟପାଡ଼ ତହସିଲ ଅଧିନରେ ଥିବା କୁଆରୀ ଗୁଡ଼ିକରୁ କଞ୍ଚାମାଲ ସେଠାକୁ ଯାଉଅଛି l ଏଵଂ କ୍ରସରରୁ ମେଟାଲ,ଚିପ୍ସ, ବଜ୍ରି, ଇତ୍ୟାଦି ବିଭିନ୍ନ ଅଞ୍ଚଳକୁ ଯୋଗାଣ ହେଉଅଛି l ତେଣୁ ଏହା ଏକ ସ୍ଥାୟୀ ସମସ୍ୟା ହୋଇ ଯାଇଛି l ସର୍ବସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଥିବା ଜଣାପଡ଼ିଛି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉଜ ଉପାନ୍ତ ଓଡ଼ିଶା