ଆଜିର ଖବର..
ଆଉ ଚବିଶ ଘଣ୍ଟା ଶୀତ ଲହରୀ। କାଲି ତାପମାତ୍ରା ଦାରିଙ୍ଗବାଡ଼ିର ୭ ଡିଗ୍ରି, ଝାରସୁଗୁଡ଼ା ୯.୮, ରାଉରକେଲା ୧୦, ଅନୁଗୁଳ ୧୦.୨, କୋରାପୁଟ ୧୦.୮, କେନ୍ଦୁଝର ଓ ଭବାନୀପାଟଣା ୧୧, ନବରଙ୍ଗପୁର ୧୧.୫, ସୁନ୍ଦରଗଡ଼ ୧୧.୮, ଭୁବନେଶ୍ବର ୧୨.୯ ଡିଗ୍ରୀ
ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା।ବର୍ଷା ହେଲେ ଥଣ୍ଡାରେ ଥରିବ ଓଡିଶା
ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସକୁ ଅତିରିକ୍ତ କ୍ଷମତା ପ୍ରତିବାଦରେ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି
କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଡିସେମ୍ବର ୧ରୁ ଅନଲାଇନ ଟିକେଟ ବିକ୍ରି, ୫ ତାରିଖରୁ ଅଫଲାଇନରେ ବିକ୍ରି
ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଶିଖରରେ ଇକୋ ରିସର୍ଟ ଉଦ୍ଘାଟିତ, ଅନଲାଇନରେ ବୁକିଙ୍ଗ ଖୋଲା ହେଲା
ସମ୍ବଲପୁରରେ ଆରମ୍ଭ ହେଲା ହୀରାକୁଦ ଇକୋ ରିଟ୍ରିଟ।
ରାଜ୍ୟରେ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ, କହିଲେ ତୋମାର। ଆଶାବାନ୍ଧି ବସିଥିବା ନେତାଙ୍କ ମନ ପୁଣି ପ୍ରଫୁଲ୍ଲିତ
ଓଟିଇଟି ପରୀକ୍ଷା ଦେବାରେ ଗଣ୍ଡଗୋଳ ଆରମ୍ଭ। ଓ୍ବେବସାଇଟ୍ ଖୋଲୁନାହିଁ, ଆବେଦନ ହୋଇ ପାରୁନାହିଁ। ଆଶଙ୍କାରେ ଆଶାୟୀ
ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିୟୋଗ। ସେ ଭେଣ୍ଟିଲେଟରରେ ଥିଲେ, ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା। ୩୪ ବର୍ଷ ବୟସରେ ତାଙ୍କର ପରଲୋକ।
ବରଗଡ଼ ଧନୁଯାତ୍ରା ପାଇଁ ସରିଲା ଚୟନ ପ୍ରକ୍ରିୟା। ଆଜି କଂସ କଳାକାର ନାମ ଘୋଷଣା ହେବ
ମୟୁରଭଞ୍ଜରେ ବୁଢ଼ାବଳଙ୍ଗ ନଦୀରେ ବାଲିମାଫିଆ ବନ୍ଧ ବାନ୍ଧିକରି ବାଲି ଲୁଟୁଛନ୍ତି, ତଳମୁଣ୍ଡକୁ ଯାଉନି ପାଣି, ପ୍ରଶାସନ ନୀରବ
ରାୟଗଡା କଲ୍ୟାଣସିଂହପୁରରେ ଚାନ୍ଦା ଆଦାୟ କରି ନିଜେ ନାଗାବଳୀରେ କାଠପୋଲ ନିର୍ମାଣ କଲେ ଗ୍ରାମବାସୀ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ପୁଲିସର ଚଢ଼ାଉ। ପାଞ୍ଚ ଶିଶୁ ସମେତ ୮ ଦାଦନ ଶ୍ରମିକ ଉଦ୍ଧାର, ମଧ୍ୟସ୍ଥି ଗିରଫ
ଜଗତସିଂହପୁର ତରିକୁନ୍ଦ ବେହେରାମପୁର ଅଞ୍ଚଳରେ ରହୁଥିବା ଅବୈଧ ବାଂଲାଦେଶୀଙ୍କ ଘର ଭଙ୍ଗାହେଲା।
ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ବୁଡୁଣି ଛକରେ ଘନ କୁହୁଡ଼ି ଯୋଗୁଁ ଟ୍ରକ୍ ଦୁର୍ଘଟଣା, ଚାଲିଗଲା ଚାଳକଙ୍କ ଜୀବନ।
ଭଦ୍ରକ ଧାମରାରେ ବାନ୍ଧବୀ ପାଇଁ ସାଙ୍ଗକୁ ମାରି ରେଳ ଧାରଣାରେ ଶୁଆଇ ଆତ୍ମହତ୍ୟାର ରୂପ ଦେଲା ସାଙ୍ଗ।
ଭଦ୍ରକ ଜିଲା ତିହିଡ଼ି ବ୍ଲକ ଜାଫରାବାଦ ଗାଁରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ।
ଅଶାନ୍ତ ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର। କେଉଁଠାରୁ ଆସିଲା, ଖୋଜୁଛି ପୋଲିସ।
ରାଜଧାନୀରେ ୧୨ ଦିନ ପୂର୍ବରୁ ଜନ୍ମଦିନ ପାର୍ଟିରୁ ନିଖୋଜ ହୋଇଥିଲେ, ଏବେ କଟକ ବଡ ମେଡିକାଲରୁ ଉଦ୍ଧାର ହେଲେ ଯୁବକ ସତ୍ୟଜିତ୍ ଦାସ
ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଟ୍ରେନର ୨ଟି ବଗି ରେଳ ଧାରଣାରୁ ବାହାରକୁ ଚାଲିଯାଇଥିଲା
ଟାଟା ପାୱାରର ମନମୁଖୀ ବିଦ୍ୟୁତ କାଟ୍କୁ ନେଇ ଢେଙ୍କାନାଳ ବନ୍ଦ ଡାକରା। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ ଜଣାଇଛନ୍ତି।
ରାଜ୍ୟରେ ଲକ୍ଷ ଲକ୍ଷ ଅବୈଧ ଅନୁପ୍ରବେଶକାରୀ ପଶିଗଲା ପରେ, ଏବେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ବାଂଲାଦେଶୀ ଯାଞ୍ଚ ଆରମ୍ଭ ହେଲା
ଏଣିକି ଅନଲାଇନରେ ସୀମା ନିର୍ଦ୍ଧାରଣ ଆବେଦନ ପ୍ରକ୍ରିୟା ହୋଇପାରିବ। ରାଜସ୍ୱ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି।
ଖବରକାଗଜ ମାଲିକଙ୍କୁ ଖୁସିକଲେ କେନ୍ଦ୍ର ସରକାର। ବିଜ୍ଞାପନ ଦରରେ ୨୬% ବୃଦ୍ଧି କଲେ
ଦିଲ୍ଲୀରେ ଆରମ୍ଭ ହେବ “ଆହାର କେନ୍ଦ୍ର” ମଡେଲ। ୫ ଟଙ୍କାରେ ମିଳିବ ପେଟପୁରା ଖାଦ୍ୟ। ନାମ ରହିବ ‘ଅଟଳ କ୍ୟାଣ୍ଟିନ’
ନଭେମ୍ବର ୨୨ରୁ ଭାରତୀୟ ଯାତ୍ରୀମାନଙ୍କୁ ଆଉ ବିନା ଭିସାରେ ଇରାନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଭିସା ଫ୍ରି ସେବା ବନ୍ଦ।
ମକ୍କାରୁ ମଦିନା ଯାଉଥିବା ବସ୍ ଧକ୍କା ହେଲା ଟ୍ୟାଙ୍କର ସହିତ ୪୨ ଜଣ ଭାରତୀୟ ଜୀବନ୍ତ ଜଳିଗଲେ
ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ବାଂଲାଦେଶ କୋର୍ଟ
*ଗତବର୍ଷ ଏଇ ସମୟରେ* ସେମ୍ବକର୍ପ କମ୍ପାନୀ ଓଡ଼ିଶାରେ ଗ୍ରୀନ ଆମୋନିଆ ପ୍ରକଳ୍ପ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ
ଆଜି ବିଶ୍ୱ ବୟସ୍କ ଦିବସ
ଆଜି ମରକ୍କୋ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଭି. ଶାନ୍ତାରାମ, ଜୁବୀନ ଗର୍ଗ, ନୟନତାରା, ଜଷ୍ଟିସ ରଞ୍ଜନ ଗୋଗୋଇ, କମଲନାଥ, ପ୍ରିୟମ୍ବଦା ମହାନ୍ତି ହେଜମାଦି, ନିତ୍ୟାନନ୍ଦ ପ୍ରଧାନ (ନେତା, ଆସିକା)
ଆଜି ତିରୋଧାନ: ମେଜର ସୈତାନ ସିଂ ପରମବୀର ଚକ୍ର, ତବସୁମ
ଇତିହାସରେ ଆଜି: (୧୭୨୭) ଜୟପୁର ସହର ସ୍ଥାପନ କଲେ ରାଜା ଜୟସିଂହ II/ (୧୯୭୨) ବାଘ ହେଲା ଭାରତର ଜାତୀୟ ପଶୁ/ (୧୯୧୦) ଇଂଲଣ୍ଡରେ ମହିଳାଙ୍କୁ ଭୋଟ ଅଧିକାର ପାଇଁ ବିଦ୍ରୋହ/ (୧୯୧୮) ରୁଷିଆ ଠାରୁ ଲାଟଭିଆ ସ୍ୱାଧୀନ/ (୧୯୨୮) ମିକି ମାଉସ କାର୍ଟୁନର ଜନ୍ମଦିନ/ (୧୯୬୩) ବଟନ ଚିପା ଫୋନର ସେବା ଆରମ୍ଭ/ (୨୦୧୭) ମାନୁଷି ଚିଲ୍ଲର ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ
=======================
*ବନ୍ଦେ ଉତ୍କଳ ଜନନୀ*
