July 6, 2024

ମୋରମ ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ, ୫ ଗାଡ଼ି ଅଟକ

Share

 

ହାଟଡ଼ିହି, (୧୮/୧୧)

 

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ତ ର ସୋସୋ ଥାନା ଅନ୍ତର୍ଗତ ଝଣଝଣା ଗ୍ରାମ ରୁ ମୋରମ ଚୋରା ଚାଲାଣ ଅଭିଯୋଗ ରେ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବହୃତ ୫ ଗାଡ଼ି କୁ ଥାନା ରେ ଅଟକ ରଖିଥିବା ଜଣାପଡ଼ିଛି । ଏହି ଅଞ୍ଚଳରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ଆଜି ସୋସୋ ପୁଲିସ ଚଢଉ କରି ଏଥିରେ ବ୍ୟବହୃତ ୫ ଟି ଗାଡ଼ି ଓ ୩ ଜଣ ଚାଳକଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ପୁଲିସ୍ ସୋସୋ ଥାନାରେ ଏକ ମାମଲା (କେସ୍ ନଂ- ୧୭୯/୨୩) ରୁଜ୍ଜୁ କରିବା ସହ ଗାଡ଼ି ଚାଳକ ଆନନ୍ଦପୁର ଅଞ୍ଚଳର ସୋନୁ ମହାନ୍ତ, ସୋସୋ ଥାନା ଅଧିନସ୍ଥ ଠୁଣିଗାଁ ଗ୍ରାମର ପିଣ୍ଟୁ ନାୟକ ଓ ପୋଡ଼ାସିଙ୍ଗିଡ଼ି ଗ୍ରାମର ପାଣ୍ତୁ ମୁଣ୍ତାଙ୍କୁ ଗିରଫ କରି ସ୍ଥାନୀୟ କୋର୍ଟରେ ହଜାର କରାଇବା ପରେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ଥାନା ଅଧିକାରୀ ବିଜୟ କୁମାର ବିହାରୀ ସୂଚନା ଦେଇଛନ୍ତି । ବେଆଇନ ମୋରମ ଚୋରା ଚାଲାଣ ରେ ବ୍ୟବହୃତ ଗୋଟିଏ ଜେସିବି (ଗାଡ଼ି ନଂ- ଓଡ଼ି ୦୯ପି ୨୦୬୫), ଗୋଡ଼ିଏ ବୋଲେରୋ (ଗାଡ଼ି ନଂ- ଓଆର ୦୫ଏଜେ ୨୫୮୩) ଏବଂ ୩ ଟି ଡ୍ରମ୍ଫର (ଓଡ଼ି ୦୯କେ ୦୩୨୫, ଓଆର ୦୪କେ ୫୬୧୨, ଓଆର ୧୪ଏସ୍ ୦୧୦୬) ସୋସୋ ପୁଲିସ୍ ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ।

: କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।

You may have missed