July 6, 2024

ଗଜପତି:- କାଶୀନଗର ମଣ୍ଡଳ ଭାଜପା:(ବିଜେପି) ପକ୍ଷ’ରୁ ବିରାଟ ଜନ ଆକ୍ରୋଶ କାଶୀନଗର ବ୍ଲକ ଘେରାଉ ।

Share

ଗଜପତି:- କାଶୀନଗର ମଣ୍ଡଳ ଭାଜପା:(ବିଜେପି) ପକ୍ଷ’ରୁ ବିରାଟ ଜନ ଆକ୍ରୋଶ କାଶୀନଗର ବ୍ଲକ ଘେରାଉ ।

———————————————

ଗଜପତି ଜିଲ୍ଲା  କାଶୀନଗର ବ୍ଲକ ବିଜେପି ମଣ୍ଡଳ ପକ୍ଷ’ରୁ କାଶୀନଗର ଠାରେ ଓଡ଼ିଶା’ରେ ଚାଲିଥିବା ସରକାରୀ ଦୁର୍ନୀତି ବ୍ୟଭିଚାର ଓ  ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧ’ରେ ଜନ ଆକ୍ରୋଶ କାଶୀନଗର ବ୍ଲକ୍ କାର୍ଯ୍ୟାଳୟ ଘେରାଉ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସର’ରେ କାଶୀନଗର ବ୍ଲକ ବିଜେପି: ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶ ଏବଂ ଉମା ଚରଣ ଗନ୍ତାୟତ’ଙ୍କ ନେତୃତ୍ୱ’ରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ରାଜ୍ୟ ସରକାର’ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ ।

ସେଠାରେ  କାଶୀନଗର ବ୍ଲକ୍ କେ: ସିତାପୂର୍ ମଣ୍ଡଳ ସଭାପତି ଶ୍ରୀ ଦାରାପୁ ରାଜେଶ’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ ଯୋଗ ଦେଇ ଓଡ଼ିଶା ରାଜ୍ୟ ସରକାର’ଙ୍କ ସବୁ ବିଭାଗ ଓ ସବୁ ସ୍ତରରେ ଦୁର୍ନୀତି ଓ ପିସି: କାରବାର ବଢ଼ିଚାଲିଛି ।ପଞ୍ଚାୟତ ଉନ୍ନତିକରଣ ପାଇଁ ଯେଉଁ ୫୦ ଲକ୍ଷ ଟଙ୍କା ଦିଆଯାଇଛି , ତାର ଖର୍ଚ୍ଚ ପାଇଁ କୌଣସି ଗ୍ରାମସଭା କି ପଲ୍ଲୀସଭା ମାଧ୍ୟମରେ  ହେଉନି , ସରକାରୀ ଆଫିସର’ଙ୍କ ଦ୍ଵାରା ଟଙ୍କା ହରିଲୁଟ କରିନେବା ପ୍ରୟାସ ଚାଲିଛି ।

ଓଡ଼ିଶାରେ କେବଳ ହରିଶ୍ଚନ୍ଦ୍ର ଯୋଜନା ଛାଡ଼ିଦେଲେ , ବାକି ଯେତେ ଯୋଜନା ସବୁ କେନ୍ଦ୍ର ସରକାର’ଙ୍କ  । ହେଲେ ଓଡ଼ିଶା’କୁ  ଆସୁଥିବା କେନ୍ଦ୍ରୀୟ ଯୋଜନା’ର ନାମ ପରିବର୍ତ୍ତନ କରାଯାଇ ତାହା ରାଜ୍ୟ ଯୋଜନା’ରେ ପରିବର୍ତ୍ତନ କରି  ନିଜ ନାମରେ ଯୋଜନା ପ୍ରସ୍ତୁତ କରାଯାଇ ଲୋକ’ଙ୍କୁ ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ କରିଥିଲେ ।

ଏହି କାର୍ଯ୍ୟକ୍ରମ’ରେ ବିଜେପି ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ କୁମାର ସାବତ’ଙ୍କ ସମେତ ସାଧାରଣ ସମ୍ପାଦକ ଶ୍ରୀ ଜଗନ୍ନାଥ ମହାପାତ୍ର , କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପାଳ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାର’ଙ୍କ ନୀତି ଓ ସରକାରୀ ଅଧିକାରୀ ମାନଙ୍କ ଦୁର୍ନୀତି ବିରୋଦ୍ଧ’ରେ ବର୍ଷିଥିଲେ ।

ପରେ ମହାମାନ୍ୟ ରାଜପାଳ’ଙ୍କ ଉଦ୍ଦେଶ୍ୟ’ରେ ଏକ ସ୍ମାରକପତ୍ର ବିଡ଼ିଓ:ଙ୍କ ଅନୁପସ୍ଥିତି’ରେ  ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଁ ନାରାୟଣ ପାଢୀ’ଙ୍କୁ ପ୍ରଦାନ କରା ଯାଇଥିଲା । ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————-

You may have missed