June 20, 2026

ସାହ୍ଲେପାଲି ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ

IMG-20251018-WA0025
Share

 

 

ତା-୧୮.୧୦.୨୦୨୫(ଶନିବାର)

ବରଗଡ଼ ଜିଲ୍ଲା ସାହ୍ଲେପାଲି, ରେଶମ, ଭେଡେନ ଠାରେ ସାହ୍ଲେପାଲି ଯୁବାଗୋଷ୍ଠୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଆର.ଏମ.ସି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବାବୁପାଲି ସରପଞ୍ଚ ରୁଦ୍ର ନାରାୟଣ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। କୃଷ୍ଣଚନ୍ଦ୍ର ବେହେରା, ସରୋଜ ବାରିକ, ଲଳିତମୋହନ ସାହୁ,ମଦନ ପଧାନ, ପ୍ରଭାକର ପଧାନ, ସୁଦାମା ସାହୁ, ବାଳ ଗୋପାଳ ଭୋଇ  ଉମାକାନ୍ତ ନାଏକ, ଝସକେତନ ସାହୁ, ଭୋଜରାଜ ଭୋଇ, ଗୋପାଳ ସାହୁ, ପରେଶ ଭୋଇ, ପୃଥ୍ଵୀରାଜ ଭୋଇ,ସୁନୀଲ ବାରିକ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ଶିବିର ର ସୁପରିଚାଳନ କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାହ୍ଲେପାଲି ଯୁବାଗୋଷ୍ଠୀ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା,ଶୁଭେଚ୍ଛୁ ସହଯୋଗୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।

You may have missed