September 18, 2026

ମୋଦୀଙ୍କ ଜନ୍ମଦିନରେ ହୁମ୍ମାରେ ଜଳିଲା ଶୁଭକାମନାର ଦୀପ ହନୁମାନ ମନ୍ଦିରରେ ଦୀପ ପ୍ରଜ୍ୱଳନ; ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା

IMG-20260918-WA0000
Share

 

 

ହୁମ୍ମା, ୧୭/୦୯:ଦୀପଶିଖାର ଆଲୋକରେ ଶୁଭକାମନାର ବାର୍ତ୍ତା, ଭକ୍ତିର ଭାବନାରେ ଭରିଉଠିଲା ପରିବେଶ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ହୁମ୍ମାସ୍ଥିତ ହନୁମାନ ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦୀପ ପ୍ରଜ୍ୱଳନ କରାଯାଇ ଶ୍ରୀ ମୋଦୀଙ୍କ ସୁସ୍ଥ, ଦୀର୍ଘାୟୁ ଓ ସଫଳ ଜୀବନ ପାଇଁ ହନୁମାନଜୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଅନ୍ଧକାର ମଧ୍ୟରେ ଦୀପ ଯେପରି ଆଲୋକର ଦିଗଦର୍ଶକ, ସେହିପରି ଦେଶ ସେବାର ସଂକଳ୍ପ ମଧ୍ୟ ସମାଜ ଓ ରାଷ୍ଟ୍ର ନିର୍ମାଣର ପଥକୁ ଆଲୋକିତ କରୁ ବୋଲି ଉପସ୍ଥିତ ବ୍ୟକ୍ତିମାନେ କାମନା କରିଥିଲେ। ଭକ୍ତିରେ ଭରା ହୃଦୟ, ହାତରେ ଜଳୁଥିବା ଦୀପ ଓ ମନରେ ଶୁଭକାମନା —ଏହି ତ୍ରିବେଣୀ ସଙ୍ଗମରେ ହନୁମାନ ମନ୍ଦିର ପରିସର ସୃଷ୍ଟି କରିଥିଲା ଏକ ଆଧ୍ୟାତ୍ମିକ ପରିବେଶ। ହନୁମାନଜୀଙ୍କ ଆଶୀର୍ବାଦରେ ଦେଶସେବା ଓ ରାଷ୍ଟ୍ର ନିର୍ମାଣର ସଂକଳ୍ପ ଆହୁରି ଦୃଢ଼ ହେଉ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମରେ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ମଣ୍ଡଳ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତପନ କୁମାର ବିଶ୍ୱାଳ, ୱାର୍ଡ ସଭ୍ୟ କୃଷ୍ଣ ଚନ୍ଦ୍ର ପରିଡ଼ା, ଯୁବନେତା ଅମୀର କୁମାର ପ୍ରଧାନ, ବ୍ରହ୍ମା ପରିଡ଼ା, ଦୀପକ କୁମାର ସାହୁ, ମନୋଜ ପରିଡ଼ା ଏବଂ ବରିଷ୍ଠ ନାଗରିକ ମୋଚିରାମ ସ୍ୱାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।