March 12, 2026

ଅତାବିରାରେ ଗୁରୁ ଭଗବାନ ସାହୁ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଅକ୍ଟୋବର ୧୨ରେ

IMG-20250918-WA0127
Share

 

 

ଅତାବିରା ୧୮/୯      ଜନକଲ୍ୟାଣ କୁଲତା ସମାଜ ଏବଂ ଆଞ୍ଚଳିକ ସାହିତ୍ୟ ପରିଷଦ ଅତାବିରା ମିଳିତ ଆନୁକୂଲ୍ୟରେ ଅତାବିରା ରାମଚଣ୍ଡୀ ମନ୍ଦିର ଠାରେ  ଆବାହକ ପ୍ରକୃତିବନ୍ଧୁ ସୁବାଷ ପ୍ରଧାନଙ୍କ ଆବାହକତ୍ୱରେ ସୁରେନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ମୂଖ୍ୟ ଉଦ୍ୟୋକ୍ତା ସମାଜ ସେବୀ ଦିବାକର ପ୍ରଧାନଙ୍କ ସଂଯୋଜନାରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ,ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ,ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଆସନ୍ତା ଅକ୍ଟୋବର ୧୨ ତାରିଖ ରବିବାର ଅତାବିରା ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି, ବୈଠକରେ ସଭାପତି ଦଶରଥ ଭୋଇ ସର୍ବଶ୍ରୀ ଦଖିଲ ପ୍ରଧାନ ସମ୍ପାଦକ ସୁରେନ୍ଦ୍ର କଠାର, କବି ଧର୍ମରାଜ ପ୍ରଧାନ,ଋଷଭ ବିଶି ସରୋଜ କୁମାର ରଥ, ,କିଶୋର ଚନ୍ଦ୍ର ପାତ୍ର,କେତନ ରଣା,ଦୂର୍ଲଭ ଗଡତିଆ,ପ୍ରମୁଖ ଯୋଗଦାନ କରି ସ୍ମରଣିୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ,  ଅମୃତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ