March 10, 2026
ajiro khabar
Share

 

ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିବା। ମୋଟ ସାତଟି କାର୍ଯ୍ୟଦିବସ ରହିବ

 

ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣାରେ ବସ୍ ସେବା ସୁବିଧା। ଜାରି ହେଲା ସର୍କୁଲାର

 

ଏବର୍ଷ ଦୁର୍ଗା ମେଢ଼କୁ ଟଙ୍କା ଦେବେ ସରକାର। ୧୦୦ ବର୍ଷରୁ ଅଧିକ ହୋଇଥିଲେ ୧ ଲକ୍ଷ ଟଙ୍କା, ୭୫ ବର୍ଷରୁ ଅଧିକକୁ ୭୫ ହଜାର ଓ ୫୦ ବର୍ଷରୁ ଅଧିକକୁ ୫୦ ହଜାର ଟଙ୍କା ମିଳିବ

 

ପୁରୀ ଶ୍ରୀମନ୍ଦିରରେ ହୁଣ୍ଡିକୁ ସ୍ଥାନାନ୍ତର କରିବେ ସରକାର।ତାପରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ

 

ସେପ୍ଟେମ୍ବର ୨୩ରେ ଶ୍ରୀମନ୍ଦିରର ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କରିବେ ସରକାର

 

ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ। ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ବିଭାଗ ଜାରିକଲା ସର୍କୁଲାର

 

ଘୋଷଣା କଲା ରାଜ୍ୟ କଂଗ୍ରେସ। ସରକାର ବିରୁଦ୍ଧରେ ଆସିବ ଅନାସ୍ଥା ପ୍ରସ୍ତାବ।

 

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପ୍ରଥମ ଅସ୍ତ୍ରୋପଚାର, ମେରୁଦଣ୍ଡରୁ ବାହାରିଲା ଟ୍ଯୁମର।

 

କନ୍ଧମାଳ କଳିଙ୍ଗା ଘାଟିର ଭୂସ୍ଖଳନ ଘଟଣାର ମରାମତି ଲାଗି ପ୍ରାୟ ୭ ଦିନ ଲାଗିବ। ମରାମତି ପାଇଁ ନିୟୋଜିତ ହୋଇଥିବା ଏନ୍‌ଏଚ୍‌ଏଆଇ ଦେଲା ସୂଚନା

 

ଅପହୃତ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ମୃତଦେହ କେନ୍ଦୁଝର ଘଟଗାଁ ଜଙ୍ଗଲ ଭିତରୁ ଉଦ୍ଧାର। କନେଷ୍ଟବଳ ବନ୍ଧୁ ଦୀପକ ରାଉତକୁ ଜେରା

 

ବାଲେଶ୍ବର ସୋରରେ ଶିଶୁ ରୋଗ ଡାକ୍ତରଙ୍କୁ ଛଅ ଜଣଙ୍କ ଦ୍ୱାରା କଟୁରୀରେ ଆକ୍ରମଣ। ଗୁରୁତର ଆହତ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର। odiaxpress

 

ବାଲେଶ୍ଵର ବେଲପୁରରେ ୪ ବର୍ଷର ପୁଅକୁ ଛାଡ଼ି ଜୀବନ ହାରିଲେ ମହିଳା। ହତ୍ୟା ଅଭିଯୋଗ ଆଣିଲେ ବାପଘର। ମୃତକ ଭାଗ୍ୟବତୀ ବେହେରା

 

ଗଂଜାମ ଗୋଳନ୍ଥରା ରେ ଅଧା ମୂଲ୍ୟରେ ପୁରୁଣା ସୁନା ବିକିବା ବାହାନାରେ ୧୫ ଲକ୍ଷ ଧରି ନକଲି ପୋଲିସ ଗାଡ଼ିରେ ଚମ୍ପଟ ମାରିଲା ଠକ। odiaxpress

 

କଟକ ଆଠଗଡ ସର୍ପଶ୍ୱର ବିଦ୍ୟାଳୟରେ ଶିକ୍ଷକଙ୍କ ଅସ୍ଥାୟୀ ବଦଳିକୁ ନେଇ ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ

 

ସମ୍ବଲପୁର କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ, ମ୍ୟୁଟେସନ କେସ୍‌ରେ ପକ୍ଷପାତିତା କରି ରିପୋର୍ଟ ଦେଇଥିଲେ।

 

କେନ୍ଦ୍ରାପଡା ଆଳିର ଏକମାଣିଆ ଗ୍ରାମ ନଦୀ ଜୋରରେ ଶ୍ୱାସରୁଦ୍ଧ ହୋଇ ୪୪ ମଇଁଷିଙ୍କ ମୃତ୍ୟୁ।

 

ରାଉରକେଲା ଜେଲରୁ ବିଚାରାଧୀନ କଏଦୀ ଫେରାର ହୋଇଛି। ସୁରେଶ ବାର୍ଲା ଜେଲର ପଛପଟ ପାଚେରୀ ଡେଇଁ ଚମ୍ପଟ ମାରିଛି

 

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର

 

ପୁରୀ ସମୁଦ୍ରରେ ସ୍ନାନ କରିବା ସମୟରେ ବୁଡ଼ିଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି। ପର୍ଯ୍ୟଟକଙ୍କ ପରିଚୟ ଜଣାପଡ଼ିନାହିଁ

 

ରାଜ୍ୟରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ଦାମ୍ ୧,୦୨,୬୦୦ ଟଙ୍କା, ୨୪ କ୍ୟାରେଟ୍ ସୁନା ଦାମ୍ ୧,୧୧,୯୩୦ ଟଙ୍କା। ରୁପା କେଜି ୧,୪୪,୦୦୦ ଟଙ୍କା

 

କର୍ଣ୍ଣାଟକର ବିଜୟପୁରା ଏସବିଆଇରୁ ୨୦ କୋଟି ଲୁଟିନେଲେ ସଶସ୍ତ୍ର ଡକାୟତ

 

କୋଡିଏ ଦିନରୁ ଅଧିକ ଜାମ୍ମୁ-ଶ୍ରୀନଗର ରାଜପଥ ଅବରୋଧ। ଅଟକିଛି ସହସ୍ରାଧିକ ଟ୍ରକ୍‌, ସଢ଼ୁଛି ଟନ୍‌ ଟନ୍‌ ସେଓ

 

ଇଭିଏମ୍ ବାଲଟରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ। ପୂର୍ବରୁ ବାଲଟ୍ ପେପରରେ ପ୍ରାର୍ଥୀଙ୍କର କଳାଧଳା ଫଟୋ ରହୁଥିଲା ।

 

କ୍ରିକେଟ ଏସିଆ କପ୍‌- ୨୦୨୫ରେ ପାକିସ୍ତାନକୁ ୧୪୬ ରନ୍‌ରେ ଅଟକାଇଲା ୟୁଏଇ। ୪୧ ରନରେ ଜିତିଲା ପାକିସ୍ତାନ

 

ମୋବାଇଲ ଓ android ଟିଭିରେ ମାଗଣାରେ 250 ଚାନେଲ ଦେଖନ୍ତୁ। ଗୁଗୁଲ ପ୍ଲେ ଷ୍ଟୋରରୁ ‘mera channel’ ଡାଉନଲୋଡ କରନ୍ତୁ

=====================

ଆଜି ବିଶ୍ୱ ବାଉଁଶ ଦିବସ

ବିଶ୍ୱ ସମାନ ମଜୁରୀ ଦିବସ

ଚିଲି ସ୍ୱାଧୀନତା ଦିବସ

 

ଆଜି ଜନ୍ମଦିନ: ଶବାନା ଆଜମି, କାକା ହାଥରସି, ଅର୍ଜୁନ ସେଠୀ (ନେତା, ଭଦ୍ରକ), ପରେଶ ପଟେଲ (କ୍ରିକେଟ, ଭୁବନେଶ୍ୱର)

 

ଆଜି ତିରୋଧାନ: ସଂଗ୍ରାମୀ ଭଗବାନ ଦାସ (ବାରାଣସୀ)

 

ଇତିହାସରେ ଆଜି: (୧୮୦୩) ପୁରୀ ଅକ୍ତିଆର କଲେ ବ୍ରିଟିଶ, ଭକ୍ତଙ୍କ ଉପରେ ଲାଗିଲା ଟ୍ୟାକ୍ସ/ (୨୦୧୬) କାଶ୍ମୀର ଉରି ରେ ଆତଙ୍କୀ ଆକ୍ରମଣ/ (୧୮୫୧) ନ୍ୟୁୟର୍କ ଟାଇମସ ଖବରକାଗଜ ପ୍ରକାଶନ ଆରମ୍ଭ/ (୧୯୪୭) ଆମେରିକା ବାୟୁସେନା ପ୍ରତିଷ୍ଠା ହେଲା/ (୧୯୧୯) ହଲାଣ୍ଡ ମହିଳାଙ୍କୁ ଭୋଟ ଅଧିକାର ମିଳିଲା/ (୨୦୦୩) ଢାକା- ଅଗରତାଲା ବସ ସେବା ଆରମ୍ଭ