November 25, 2024

ସାରଳା ମନ୍ଦିରର ଦୃଷ୍ଟିହିନ ସେବାୟତ ଙ୍କ ପରଲୋକ

Share

ସାରଳା ମନ୍ଦିରର ଦୃଷ୍ଟିହିନ ସେବାୟତ ଙ୍କ ପରଲୋକ
==================== ତିର୍ତ୍ତୋଲ :-ପ୍ରସିଦ୍ଧ ଝଙ୍କଡ଼ ଶାରଳା ମନ୍ଦିରର ଦୃଷ୍ଟିହୀନ ସେବାୟତ ବାବାଜୀ ରାଉଳ (୭୨) ଙ୍କର ଗତ ବିଶ୍ଵକର୍ମା ପୂଜା ସଂକ୍ରାନ୍ତି ରବିବାର ଦିନ ମଧ୍ୟାହ୍ନ ରେ ହୃଦ୍ଘାଘାତ୍ ରେ ପରଲୋକ ହୋଇଯାଇଛି । ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ସେ ପ୍ରତିଦିନ ନିଜ ଜନ୍ମସ୍ଥାନ କନକପୁର ଦେଉଳି ଗ୍ରାମରୁ ସାରଳା ମନ୍ଦିର କୁ ହାତରେ ବାଡି ଖଣ୍ଡିଏ ଧରି ଯାତାୟତ କରିଥାନ୍ତି। ତାଙ୍କର ଏକମାତ୍ର ପୁତ୍ର ର ନାମ ହରେକୃଷ୍ଣ ହୋଇ ଥିବାରୁ , ସେ ସବୁବେଳେ ହରିଆ ହରିଆ କହୁଥିଲେ । ଏପରିକି ରୋଗ ଶଯ୍ୟାରେ ପଡିରହି ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ହରିଆ ହରିଆ ଡାକି ଚାଲିଥିଲେ । ତେଣୁ ହରିନାମ ସତ୍ୟହେ ଓ ରାମ ନାମ ସତ୍ୟହେ ବାସ୍ତବିକ ତାଙ୍କ ପ୍ରାଣ ପ୍ରୟାଣ ସମୟରେ ସାକାର ହୋଇ ଥିବାରୁ, ତାଙ୍କର ଦିବଂଗତ ଆତ୍ମାର ନିଶ୍ଚୟ ସଦଗତି ହେବବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଥିଲା । ଗ୍ରାମ୍ୟ ଶ୍ମଶାନ ରେ ତାଙ୍କର ବଡ଼ପୁଅ ହରେକୃଷ୍ଣ ରାଉଳ ମୁଖାଗ୍ନି ଦେଇଥିବା ବେଳେ, କୁଟୁମ୍ବ ମାନଙ୍କ ତରଫରୁ , ଆୟୋଜିତ ଶବ ଶୋଭାଯାତ୍ରାରେ ସୁରେଶ ଚନ୍ଦ୍ର ରାଉଳ, ରମାକାନ୍ତ ରାଉଳ , ଅରବିନ୍ଦ ରାଉଳ , ବିଜୟ କୁମାର ରାଉଳ , ଉମାକାନ୍ତ ରାଉଳ , ପ୍ରଳୟ କୁମାର ରାଉଳଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହିତ ଶବଶୋଭାଯାତ୍ରାରେ ଯୋଗ ଦେଇ ଥିଲେ ।ବିକାଶ ରାଉଳ , ଆଶୁତୋଷ ରାଉଳ , ଅବିନାଶ ରାଉଳ ,ସୁଶାନ୍ତ ରାଉଳ, ପ୍ରସନ୍ନ ରାଉଳ, ପୂର୍ବତ୍ତନ ସରପଞ୍ଚ ନମିତା ରାଉଳ, ବିଚିତ୍ରା ନାୟକ,ଅବକାଶ ରାଉଳ, ଓ ବିଶ୍ବରଂଜନ ରାଉଳ ପ୍ରମୁଖ ଯୋଗ ଦେଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ !
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !