April 30, 2026
IMG-20230814-WA0015
Share


ତାରିଖ ୧୮/୦୯/୨୦୨୩ ସୋମବାର ।

ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରେମଦାସା ଷ୍ଟାଡିୟମ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍‌ରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍‌ରେ  ହରାଇ ଚାମ୍ପିଅନ ହୋଇଛି। ଏଥିସହ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ଜିତିଛି।

ବଲିଉଡ୍ ଅଭିନେତ୍ରୀ ଜରୀନ ଖାନ୍‌ଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ କୋଲକାତା କୋର୍ଟ। ଏକ ଠକେଇ ମାମଲାର ଶୁଣାଣି କରି କୋଲକାତାର ସିଆଲ୍‌ଦା କୋର୍ଟ ରବିବାର ଜରିନ ଖାନ୍‌ଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି।

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ ।

ଗୀତା ମେହେଟ୍ଟାଙ୍କ ଅନ୍ତିମ ଦର୍ଶନ: ଦିଲ୍ଲୀରେ ଶେଷ ଶ୍ରଦ୍ଧାଂଜଳି ଜଣାଇଲେ ନବୀନ, ଆମେରିକାରୁ ପୁଅ ଫେରିବା ପରେ ହେବ ଶେଷକୃତ୍ୟ ।

ସୌମ୍ୟଙ୍କ ସପକ୍ଷରେ ବାହାରିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ, ସରକାରଙ୍କୁ ପ୍ରଶ୍ନ କରିବାରୁ ଭୟଭୀତ କରାଯାଉଛି ।

ବିଶେଷ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ବିରୋଧୀଙ୍କ ଦାବି, ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପିତ ହେଉ ମହିଳା ସଂରକ୍ଷଣ ବିଲ୍ ।

ଭୁବନେଶ୍ବରରୁ ଟ୍ରେନ୍‌ରେ କଟକ ଯାତ୍ରା କଲେ ରେଳମନ୍ତ୍ରୀ, ଯାତ୍ରୀଙ୍କ ଅଭିଯୋଗ ଶୁଣି ପ୍ରତିଶ୍ରୁତି ଦେଲେ ।

ରିଓ ସୁଟିଂ ବିଶ୍ୱକପ୍‌ରେ ଚମକିଲେ ଭାରତର ଇଲାବେନିଲ, ୧୦ ମିଟର ଏୟାର ରାଇଫଲ୍‌ରେ ଜିତିଲେ ସ୍ୱର୍ଣ୍ଣ ।

ମାଲକାନଗିରି ଘାଟିରେ ବରିଷ୍ଠ ସାମ୍ବାଦିକ ପି.ସାଇନାଥ । ବଣ୍ଡା ଘାଟିର ଆଦିବାସୀଙ୍କ ପାଇଁ ଉଠାଇଲେ ସ୍ୱର ।

ଖଡ଼ଗେ ଖେଳିଲେ ଗାନ୍ଧୀ କାର୍ଡ: ବିଜେପିକୁ ହରାଇବା ମହାତ୍ମା ଗାନ୍ଧୀଙ୍କ ପ୍ରତି ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ ।

ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଋଣ ନେଇଥିବା ଗ୍ରାହକଙ୍କୁ କିସ୍ତି ବିଷୟରେ ମନେ ପକାଇବା ଲାଗି ଏକ ଅଭିନବ ପନ୍ଥା ଗ୍ରହଣ କରିଛି। ଗ୍ରାହକମାନଙ୍କ ପାଖକୁ ଚକୋଲେଟ୍‌ ପଠାଇ ସେମାନଙ୍କୁ କିସ୍ତି କଥା ମନେ ପକାଇବ।

ଟେନିସ୍‌ ଷ୍ଟାର ରୋହନ ବୋପନ୍ନାଙ୍କ ଅବସର, ଡେଭିସ୍ କପ୍‌ ଜିତିବା ପରେ ହେଲେ ଭାବବିହ୍ୱଳ।

ଆଜି ସଂସଦର ସ୍ୱତନ୍ତ୍ର ଅଧିବେସନ: ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି ଜୋର୍

ସୁପ୍ରଭାତ ,ଶୁଭ ସକାଳ ।