ଯୁବ ସାମ୍ବାଦିକଙ୍କ ଶ୍ରାଦ୍ଦବାର୍ଷିକ ଅବସରରେ ରକ୍ତଦାନ ଶିବିର
ବରଗଡ,ସୁରେନ୍ଦ୍ର କଠାର
ଭେଡେନ ବ୍ଲକ ବକଟି ହାଇସ୍କୁଲ ପରିସରରେ ବକଟି ପଂଚାୟତର ପୂର୍ବତନ ସମିତି ସଭ୍ୟ ତଥା ଯୁବ ସାମ୍ବାଦିକ ସ୍ବର୍ଗତ ମଣ୍ଟୁ ଷଡ଼ଙ୍ଗୀଙ୍କ ନବମ ଶ୍ରାଦ୍ଧବାର୍ଷିକ ଅବସରରେ ଲକ୍ଷ୍ମୀପୂଜା କମିଟି, ଚେତନା ଯୁବକ ସଙ୍ଘ ବକଟି, ଲାୟନ୍ସ କ୍ଲବ ଝରାପାଲି,କାଦୋବାହାଲ, ମଣ୍ଟୁ ନିୟୁଜ ପେପର ଏଜେନସି ଥୁଆପାଲି /ଭେଡେନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି!ଏହି ଶିବିରରେ ୨ଜଣ ମହିଳାଙ୍କ ସମେତ ୩୫ଜଣ ରକ୍ତଦାନ କରିଥିଲେ! ୩୨ଥର ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିବା ସ୍ବର୍ଗତ ଷଡ଼ଙ୍ଗୀ ଭେଡେନ ଅଞ୍ଚଳ ରେ ଜଣେ ସମାଜ ସେଵୀ, କଳାକାର ଓ ରାଜନୈତିଜ୍ଞ ଭାବେ ବେଶ ପରିଚିତ ଥିଲେ!ସାମ୍ବାଦିକ ମୁକୁନ୍ଦ ଷଡ଼ଙ୍ଗୀ ଙ୍କ ତ୍ତବାବଧାନରେ ଅନୁଷ୍ଠିତ ଶିବିରରେ ଅତିଥି ଭାବେ ABDO ପ୍ରିତେସ ଦୋରା ପୂର୍ବତନ ସରପଞ୍ଚ ତଥା ପରିଚାଳନା କମିଟି ସଭାପତି ଗୌରଚନ୍ଦ୍ର ଦନ୍ତା, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ତୋଫାନ ଡନସନା, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ପ୍ରଦ୍ୟୁମ୍ନ ଡ଼ନସନା, ନିତେଇ ଡ଼ନସନା, ପ୍ରଧାନ ଶିକ୍ଷକ ଯଦୁମଣି ମହାପାତ୍ର, ପ୍ରଧାନ ଶିକ୍ଷକ ସୁଦାମସୁ ପଧାନ ଯୋଗଦେଇ ଶିବିରକୁ ଉତଘାଟନ କରିଥିଲେ! ବରଗଡ ରକ୍ତ ଭଣ୍ଡାରର ର ସୁବାଷ ଭୋଇ, ଅମନସେଟ, କୃଷ୍ଣ ଚନ୍ଦ୍ର ସାହୁ ରକ୍ତ ସଂଗ୍ରହ କରିଥିବା ବେଳେ ଶିବିର ପରିଚାଳନା ରେ ମୋତିଲାଲ ମହାକୁର, ସୁବାସ ପଧାନ, ନରେନ୍ଦ୍ର କର୍ଣ, ଭାବଗ୍ରାହୀ ଡାଙ୍ଗ, ପ୍ରଶାନ୍ତ ମହାକୁର, କେଦାର ନାଥ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ! ଶିବିର ଉତଘାଟନ ହେବା ପୂର୍ବରୁ ପ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଗଣ ସ୍ଵର୍ଗତ ଷଡ଼ଙ୍ଗୀ ଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଵଲନ କରି ସ୍ମୁତି ଚାରଣ କରିବା ସହ ୨ମିନିଟର ନିରବ ପ୍ରାର୍ଥନା କରିଥିଲେ!ଶିବିର ପ୍ରଥମେ ସ୍ଵର୍ଗତ ଷଡ଼ଙ୍ଗୀ ଙ୍କ ବଡ଼ ଭାଇ ମୁକୁନ୍ଦ ଷଡ଼ଙ୍ଗୀ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ |
