April 18, 2025

ବରଗଡ଼ ଜିଲ୍ଲାରେ ବିଶ୍ଵହିନ୍ଦୁ ପରିସଦ ର ପ୍ରାନ୍ତୀୟ ବୈଠକ ଅନୁଷ୍ଠିତ

Share

 

ବରଗଡ : (ଜୟନ୍ତ କୁମାର ସେଠ) ବିଶ୍ବହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତୀୟ କାର୍ଯ କାରିଣୀ ବୈଠକ ବରଗଡ଼ ଜିଲ୍ଲା ଅତାବିରା ଅଗ୍ରସେନ୍ ଭବନ ଠାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇ ଯାଇ ଅଛି । ୧୭ ତାରିଖ ଅପରାହ୍ନ ୪.୩୦ ରେ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇ ଥିଲା ଏବଂ ପ୍ରଥମ ଅଧିବେଶନ ରାତି ୧୦ ଟା ରେ ସ୍ଥଗିତ କରା ଗଲା। ତା ୧୮ ଦିନ ଦ୍ୱିତୀୟ ଅଧିବେଶନ ସକାଳ ୮ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଟା ସମୟ ରେ ଉଦ୍ୟାପିତ ହୋଇଯାଇଛି।ଏହି କାର୍ଯକ୍ରମ ରେ ୨୨ ଗୋଟି ଜିଲ୍ଲା ର ବିଶ୍ବହିନ୍ଦୁ ପରିଷଦ ର ପ୍ରମୁଖ କାର୍ଯ କର୍ତ୍ତା ମାନେ ଯୋଗ ଦେଇ ଥିଲେ ।ଏହି କାର୍ଯ କ୍ରମରେ ବିଶ୍ବହିନ୍ଦୁ ପରିଷଦ କଲିକତା କ୍ଷେତ୍ର ପ୍ରମୁଖ ଅମ୍ୟ କୁମାର ମୁଖାର୍ଜୀ,ସମରସ୍ତ୍ତା ପ୍ରମୁଖ ଗୌତମ ସରକାର,ପ୍ରାନ୍ତ ସଭାପତି ରାଜକୁମାର ବଡ଼ପଣ୍ଡା, ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ସତ୍ୟନାରାୟଣ ଥାନପତି,ପ୍ରାନ୍ତ ସହ ସମ୍ପାଦକ ରାଜୀବ ଲୋଚନ ଶତପଥୀ, ଅଶୋକ କୁମାର ଗାନ୍ଧୀ କାର୍ଯ କରି ସଭାପତିଙ୍କ ସହିତ ଅନେକ ସାଧୁ ସନ୍ଥ ଏବଂ ମାତୃ ଶକ୍ତି ଉପସ୍ଥିତ ଥିଲେ ।ଏହି କାର୍ଯକ୍ରମ କୁ ସଫଳ କରିବା ପାଇଁ ବରଗଡ଼ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ର କାର୍ଯ କର୍ତ୍ତା ପରମାନନ୍ଦ ମିଶ୍ର,ଭୁବନେଶ୍ୱର ସାହୁ,ଅଶ୍ଵିନୀ ମେହେର,ବିଶ୍ଵନାଥ ସାହୁ, ହୃଷିକେଶ ଭୋଇ,ମହେଶ୍ୱର ପାଣ୍ଡେ,ନିତ୍ୟାନନ୍ଦ ନାୟକ,ଶୁକଦେବ ପାତ୍ର,ରାଜା ପ୍ରଧାନ, ଆୟୁଷ ମେହେର,ସୁବ୍ରତ ଧାରୁଆ ,କଷ୍ଟ ସାହୁ, ସୋନୁ ରାଓ,ମନିଷ ଶର୍ମା ପରମୁଖ,ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ସଭା ଶେଷ ରେ ବରଗଡ଼ ଜିଲ୍ଲା ସମ୍ପାଦକ ପରମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed