ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋର୍ଦ୍ଧିତ ..
ସୁନିଲ ମିଶ୍ର ଫାଉଣ୍ଡେସନ ଓ ପୁରୀ ଜିଲ୍ଲା ସ୍କୁଲ ର ମିଳିତ ପ୍ରୟାସ ରେ ଆଜି ଏକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଏକ ସମ୍ବର୍ଦ୍ଧନା ଉତ୍ସଵ ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଫାଉଣ୍ଡେସନ ପକ୍ଷରୁ ୨୦୨୪ ଓ ୨୦୨୫ ମାଟ୍ରିକ ପରୀକ୍ଷା ରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ୦୭ ଜଣ ଛାତ୍ର, ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ, ଟ୍ରଫି ସହିତ ୭୦୦୦, ୬୦୦୦, ୫୦୦୦ ଟଙ୍କା ବିତରଣ କରାଯାଇଥିଲା।
ଏହି ସଭା ସ୍କୁଲ ରେ ପଢୁଥିବା ଛାତ୍ର, ଛାତ୍ରୀ, ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ ତଥା ଫାଉଣ୍ଡେସନ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା।
ଏହି ଫାଉଣ୍ଡେସନ ପୁରୀ ଜିଲ୍ଲା ସ୍କୁଲ ର ୧୯୮୪ ମ୍ୟାଟ୍ରିକ ବର୍ଷ ର ମେଧାବୀ ଛାତ୍ର ସୁନିଲ ମିଶ୍ର ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଗଠନ ହୋଇ ପ୍ରତି ବର୍ଷ ସ୍କୁଲ ରୁ ମାଟ୍ରିକ ପରୀକ୍ଷା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଉଥିବା କୃତି ଛାତ୍ର, ଛାତ୍ରୀ ମାନଙ୍କୁ ସମ୍ମାନିତ କରି ଆସୁଅଛି।
ସଭା ଟିକୁ ୧୯୮୪ ମାଟ୍ରିକ ବର୍ଷ ର ପୁରାତନ ଛାତ୍ର ତଥା ଫାଉଣ୍ଡେସନ ର ସଭାପତି ଶୁଭେନ୍ଦୁ ପଟ୍ଟନାୟକ, ସମ୍ପାଦକ ରବି ସାହୁ, ତଥା ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ସିଦ୍ଧାର୍ଥ ମହାନ୍ତି, ବିଶ୍ଵନାଥ ପଣ୍ଡା, ସିମାଞ୍ଚଳ ପାତ୍ର,ରାଜେନ୍ଦ୍ର ଡୋରା, ଦିଲୀପ ଦେ, ଆଶିଷ ଚକ୍ରବର୍ତ୍ତୀ, ଘନ ସେଠୀ ପ୍ରମୁଖ ଯୋଗ ଦେଇ ପରିଚାଳନା କରି ଥିଲେ ।
ସଭା ଶେଷ ରେ ସ୍କୁଲ ର ସବୁ ଛାତ୍ର, ଛାତ୍ରୀ ମାନଙ୍କୁ ଚକୋଲେଟ ବଣ୍ଟନ କରାଯାଇଥିଲା।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
