ଗୁଣୁପୁର ଗାନ୍ଧି ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ର ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଠାବ

ଗୁଣୁପୁର, (ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଗାନ୍ଧି ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ହଷ୍ଟେଲ କକ୍ଷ ଭିତରେ ଠାବ କରାଯାଇଛି । ମୃତ ଛାତ୍ର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳ ର ହିମାଂଶୁ କୁମାର ହୋତା । ସେ ବାଓ ଟେକନିକାଲ ବିଭାଗ ର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ହଷ୍ଟେଲ ଏନ ସି ବ୍ଲକ୍ ନମ୍ବର ୧୨ ଓ ଡୋର ନମ୍ବର ୨ ରୁ ଛାତ୍ର ଙ୍କ ମୃତ ଦେହ ଠାବ କରାଯାଇଛି । ତେବେ ଏହା ଆତ୍ମହତ୍ୟା କି ଆଉ କଣ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି । ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ଛାତ୍ରଟିର ପିତା ମାତା ଆସିବା ପରେ ମୃତ ଦେହ ଉଦ୍ଧାର କରାଯିବ ।
