October 5, 2024

ପଦ୍ମପୁର ବ୍ଲକ ର 8 ମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ 

Share

 

ରାୟଗଡା : ରାୟଗଡା ଜ଼ିଲ୍ଲା ର ବହୁ ଚର୍ଚ୍ଚିତ ପଦ୍ମପୁର ବ୍ଲକ ର 8ମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧକ୍ଷା ମଣିମାଳା ଶବର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ପଂଚାୟତ ସମିତି ବୈଠକ ରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, କୋରାପୁଟ ଲୋକସଭା ସାଂସଦ ଙ୍କ ପ୍ରତିନିଧି ରାଜୀବଲୋଚନ ସାହୁ, ବ୍ଲକ ଉପାଦକ୍ଷ ରଣେଶ ସାହୁ ଗୋଷ୍ଠି ଉନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ମଂଚାସୀନ ରହିଥିଲେ l ଆଜିର ଏହି ବୈଠକ ରେ ଜ଼ିଲ୍ଲା ପରିଷଦ ସଭ୍ୟ ମଣ୍ଟୁ ଆଚାର୍ଯ୍ୟ ଓ ସଭ୍ୟା ଡାରଗିନଶବର ବ୍ଲକ ର ସମସ୍ତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଜିଗର ଦେଇଥିଲେ l ଯୋଗାଣ ଅଧିକାରୀ ପ୍ରଭାକର ମାଲିକ ଙ୍କ ଦ୍ୱାରା ପରିଚାଳିତ ବୈଠକ ରେ ବ୍ଲକ ର ଶିକ୍ଷା ମଚ୍ୟ, କୃଷି, ଉଦ୍ୟାନ, ଗ୍ରାମ୍ୟ ଜଳଯୋଗାଣ, ଗ୍ରାମ୍ୟ ଉନୟନ ବିଦ୍ୟୁତ ବଡ଼ନାଳ ଜଳସେଚନ ବିଭାଗ ର ଅଧିକାରୀ ମାନେ ଭାଗ ନେଇ ବିଗତ ଦିନ ର କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ବିବରଣୀ ପ୍ରଦାନ କରିଥିଲେ l ବର୍ଷା ଋତୁ ଆସୁଥିବା ରୁ ପାନୀୟ ଜଳ ଯୋଗାଣ ଓ ଔଷଧ ପତ୍ର ମୋହଜୁଦ ରଖିବା ନିମନ୍ତେ ବିଧଧାୟକ ଗମାଙ୍ଗ ନିର୍ଦେଶ ଦେଇଥିଲେ l ଇନ୍ଦୁପୁର ଠାରେ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ସ୍ୱେତେ ମଧ୍ୟେ ଛୋଟ ଛୋଟ ପିଲାମାନେ ପୋଖରୀ ହୁଡାରେ ପାଠ ପଡୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ନିବେଦନ କରିଥିଲେ ଇନ୍ଦୁପୁର ସମିତି ସଭ୍ୟ ଗୋଦାବରୀ ରାଉତ l ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ ରେ ସୁରକ୍ଷା ଓ ଆଲୋକୀକରଣ ପାଇଁ ନିର୍ବାଚିତ ଜନ ପ୍ରତିନିଧି ମତରଖିଥିଲେ l ବିଭିନ୍ନ ପ୍ରକଳ୍ପ. ପାଇଁ ସମିତି ସଭ୍ୟ ସଭ୍ୟା ମାନେ ଯେଉଁ କାମ ପାଇଁ ଲିଖିତ ଭାବେ ଜଣାଉଥିଲେ ସେହି କାମ ନହୋଇ ଅନ୍ୟ କାମ ହେଉଥିବାରୁ ସମିତି ସବୁସଭ୍ୟ ସଭ୍ୟା କ୍ଷବୋ ପ୍ରକାଶ କରିଥିଲେ l ଆଜିର ଏହି ବୈଠକ ରର ବ୍ଲକ ର ସମସ୍ତ ଲାଇନ ବିଭାଗ ର ଅଧିକାରୀ ଜିଗର ଦେଇଥିବାରୁ ଯୋଗାଣ ଅଧିକାରୀ ମଳିକ କୃତଜ୍ଞତା ସହିତ ଧନ୍ୟବାଦ ଜଣାଇଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ