May 14, 2026

ଏକାଦଶୀ ଉପଲକ୍ଷେ ନାଟକ “ସତୀ ଲୁହରେ ଜଳୁଛି ଲଙ୍କା” ମଞ୍ଚସ୍ଥ 

IMG-20240718-WA0030
Share

 

ବୁଗୁଡ଼ା ତା ୧୮/୦୭/୨୪ : ପବିତ୍ର ରଥଯାତ୍ରା ଅବସରରେ ବୁଗୁଡ଼ା ବଡଦାଣ୍ଡ ମଝିରେ ତିନି ଠାକୁରଙ୍କ ରଥ ଅଟକି ରହିଥିବା ବେଳେ ଏକାଦଶୀରେ ଠାକୁରଙ୍କ ସୁନା ବେଶ ଅନୁଷ୍ଠିତ ସହ ନିକୁଞ୍ଜ ମୋହନ କ୍ଲବ ଯୁବକ ସଂଘ ପକ୍ଷରୁ ମହାନ ପୌରାଣିକ ନାଟକ “ସତୀ ଲୁହରେ ଜଳୁଛି ଲଙ୍କା” ମଞ୍ଚସ୍ଥ ହୋଇଛି । ଉକ୍ତ ନାଟକକୁ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ସୋରଡା଼ ବିଧାୟକ ନୀଳମଣି ବିଷୋୟୀ ଓ ଆସିକା ବିଧାୟକ ସରୋଜ ପାଢୀ , ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା , ନୀଳମାଧବ ଆଚାରୀ ଓ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇଥିଲେ । ସୁନାବେଶ ସହ ନାଟକ ଦେଖିବା ପାଇଁ ବଡଦାଣ୍ଡରେ ପ୍ରବଳ ଜନ ସମାଗମ ହୋଇଥିଲା l ବର୍ଷା ସତ୍ୱେ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ନାଟକ ଜାରି ରହିଥିଲା ବେଳେ ଦର୍ଶକ ମନଭରି ଉପଭୋଗ କରିଥିଲେ l ସେହିପରି ବୁଗୁଡ଼ା ନିକଟସ୍ଥ ସୁବୁଦ୍ଧିପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ନାଟ୍ୟ ସଂସଦ ପକ୍ଷରୁ ସାମାଜିକ ନାଟକ ” ଅଭିଶାପ ଦିଅ ନର୍କକୁ ଯିବି ” ମଞ୍ଚସ୍ଥ ହୋଇଥିଲା l ଏହି ନାଟକକୁ ମଧ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ l