October 5, 2024

ବୁଗୁଡ଼ା ପୋଲିସକୁ ସାଇକେଲ ଚୋରଙ୍କ ଚ୍ଯାଲେଞ୍ଜ , ସାଧାରଣରେ ସମାଲୋଚନା 

Share

ବାଲିପଦର : ତା ୧୮/୦୭/୨୪ : ସ୍ଥାନୀୟ ପୋଲିସକୁ ସାଇକେଲ ଚୋରଙ୍କ ଚ୍ଯାଲେଞ୍ଜ ଏବଂ ପୋଲିସକୁ ନେଇ ସାରା ସହରରେ ସମାଲୋଚନାମୂଳକ ଚର୍ଚ୍ଚା ଜୋର ଧରିଛି। ବୁଗୁଡା ସହରରେ ସାଇକେଲ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚଳିତ ମାସରେ ବିଭିନ୍ନ କୋଚିଂ ସେଣ୍ଟର ଏବଂ ମୁଖ୍ୟ ସଡକସ୍ଥିତ ଅନେକ ଦୋକାନ ସମ୍ମୁଖରୁ ଅନେକ ସାଇକେଲ ଚୋରି ଯାଇଥିଲା ବେଳେ ଆଜି ପୁଣି ଅରବିନ୍ଦ ନଗରସ୍ଥିତ ଏକ କୋଚିଂ ସେଣ୍ଟରରୁ ପିପୁଲ୍ସ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଭୋଳା ବେହେରାଙ୍କ ସାଇକେଲ ଚୋରି ହୋଇଛି । ପୂର୍ବରୁ ଏହି କୋଚିଂ ସେଣ୍ଟରର ନବମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ଆଚାରୀ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅମିଷା ପ୍ରଧାନଙ୍କ ସାଇକେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷରେ କେତେକ ସାଇକେଲ ଚୋରି ଘଟଣାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ ରହିଥିଲେ ମଧ୍ଯ ଚୋରକୁ ଧରିବା କ୍ଷମତା ପୋଲିସର ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ସଂପ୍ରତି ସହରରେ ସାଇକେଲ ଚୋରଙ୍କ ସକ୍ରିୟତା ଏବଂ ପୋଲିସର ନିଷ୍କ୍ରିୟତା ଯୋଗୁଁ ବିଭିନ୍ନ କୋଚିଂ ସେଣ୍ଟରେ ପଢୁଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ଏଥି ସହ ଆଉ କେତେକ ଛାତ୍ରଛାତ୍ରୀଙ୍କ ସାଇକେଲ ଚୋରି ହୋଇଥିଲେ ମଧ୍ୟ ଅନେକ ଚୋରି ମାମଲାରେ ହାତବାନ୍ଧି ବସିଥିବା ପୋଲିସ ପାଖରେ ଅଭିଯୋଗ ନକରିବା ହିଁ ଭଲ ବୋଲି ଭାବି ସେମାନଙ୍କ ଅଭିଭାବକମାନେ ଥାନା ପିଣ୍ଡା ମାଡୁ ନାହାନ୍ତି । ତେବେ ବୁଗୁଡା ସହରରେ ଜାରି ରହିଥିବା ଏଭଳି ଘନ ଘନ ସାଇକେଲ ଚୋରି ଭଳି ଅପରାଧିକ ଘଟଣାକୁ ପ୍ରତିହତ କରିବା ଦିଗରେ ପୋଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି ।

 

 

On Thu, 18 Jul, 2024, 7:24 pm Haraprasad Padhi, <haraprasad.padhi@gmail.com> wrote:

ବୁଗୁଡ଼ା ପୋଲିସକୁ ସାଇକେଲ ଚୋରଙ୍କ ଚ୍ଯାଲେଞ୍ଜ , ସାଧାରଣରେ ସମାଲୋଚନା

ବୁଗୁଡ଼ା : ତା ୧୮/୦୭/୨୪ : ସ୍ଥାନୀୟ ପୋଲିସକୁ ସାଇକେଲ ଚୋରଙ୍କ ଚ୍ଯାଲେଞ୍ଜ ଏବଂ ପୋଲିସକୁ ନେଇ ସାରା ସହରରେ ସମାଲୋଚନାମୂଳକ ଚର୍ଚ୍ଚା ଜୋର ଧରିଛି। ପୋଲିସର ଅପାରଗତାରୁ ବୁଗୁଡା ସହରରେ ସାଇକେଲ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚଳିତ ମାସରେ ବିଭିନ୍ନ କୋଚିଂ ସେଣ୍ଟର ଏବଂ ମୁଖ୍ୟ ସଡକସ୍ଥିତ ଅନେକ ଦୋକାନ ସମ୍ମୁଖରୁ ଅନେକ ସାଇକେଲ ଚୋରି ଯାଇଥିଲା ବେଳେ ଆଜି ପୁଣି ଅରବିନ୍ଦ ନଗରସ୍ଥିତ ଏକ କୋଚିଂ ସେଣ୍ଟରରୁ ପିପୁଲ୍ସ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଭୋଳା ବେହେରାଙ୍କ ସାଇକେଲ ଚୋରି ହୋଇଛି । ପୂର୍ବରୁ ଏହି କୋଚିଂ ସେଣ୍ଟରର ନବମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ଆଚାରୀ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅମିଷା ପ୍ରଧାନଙ୍କ ସାଇକେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଅନ୍ୟପକ୍ଷରେ କେତେକ ସାଇକେଲ ଚୋରି ଘଟଣାର ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ ରହିଥିଲେ ମଧ୍ଯ ଚୋରକୁ ଧରିବା କ୍ଷମତା ପୋଲିସର ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ସଂପ୍ରତି ସହରରେ ସାଇକେଲ ଚୋରଙ୍କ ସକ୍ରିୟତା ଏବଂ ପୋଲିସର ନିଷ୍କ୍ରିୟତା ଯୋଗୁଁ ବିଭିନ୍ନ କୋଚିଂ ସେଣ୍ଟରେ ପଢୁଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ଏଥି ସହ ଆଉ କେତେକ ଛାତ୍ରଛାତ୍ରୀଙ୍କ ସାଇକେଲ ଚୋରି ହୋଇଥିଲେ ମଧ୍ୟ ଅନେକ ଚୋରି ମାମଲାରେ ହାତବାନ୍ଧି ବସିଥିବା ପୋଲିସ ପାଖରେ ଅଭିଯୋଗ ନକରିବା ହିଁ ଭଲ ବୋଲି ଭାବି ସେମାନଙ୍କ ଅଭିଭାବକମାନେ ଥାନା ପିଣ୍ଡା ମାଡୁ ନାହାନ୍ତି । ତେବେ ବୁଗୁଡା ସହରରେ ଜାରି ରହିଥିବା ଏଭଳି ଘନ ଘନ ସାଇକେଲ ଚୋରି ଭଳି ଅପରାଧିକ ଘଟଣାକୁ ପ୍ରତିହତ କରିବା ଦିଗରେ ପୋଲିସ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି ।