October 5, 2024

ସୁରଙ୍ଗୀ ବାହୁଡା଼ଯାତ୍ରାରେ ଭଜନ ସନ୍ଧ୍ୟା, ଭକ୍ତ ଙ୍କ ପ୍ରବଳ ଭିଡ଼  …

Share

 

ସୁରଙ୍ଗୀ ବାହୁଡା଼ ଯାତ୍ରା ଅବସରରେ ସୁରଙ୍ଗୀ ଦୋଳମଣ୍ଡପ ଠାରେ ଭଜନ ସମାରୋହ ଆୟୋଜିତ ହୋଇଥିଲା । ଭୁବନେଶ୍ୱରର ଶହୀଦ ନଗର ଏକlମ୍ର ଭଜନ ଧାରାର କଳାକାର ମାନେ ହୃଦୟସ୍ବର୍ଶୀ ସଂଗୀତ ପରିବେଷଣ କରି ଭକ୍ତ ମାନଙ୍କୁ ବିମୋହତ କରିଥିଲେ l ଏହି କାର୍ଯକ୍ରମ କୁ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଫେସର ଗୋପାଳ ଚନ୍ଦ୍ର ହୋତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିରଞ୍ଜନ ପାଣିଗ୍ରାହୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯକ୍ରମର ଉଦଘାଟନ କରିଥିବା ବେଳେ l ଓଡିଶାର ସ୍ବନାମଧନ୍ୟ ସଂଗୀତ ନିର୍ଦ୍ଦେଶକ , ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରଶାନ୍ତ ପାଢ଼ୀ, ସୁଧାକର ମିଶ୍ର ଓ ସାଥୀ କଳାକାର, ବାଦ୍ୟ ଯନ୍ତ୍ର କଳାକାର ଅନନ୍ତ, ରମେଶ, ବାବୁ ଓ ମୁନl ଓ ପଣ୍ଡିତ ରଞ୍ଜନ ଦାସ ସମ୍ପାଦକ ସାହେବ ନାୟକ, କୋଷାଧକ୍ଷ ଏମ. ଚନ୍ଦ୍ରଶେଖର, ସଭ୍ୟ ବାରlନିଧି ସାହୁ, ରଜନୀ ମଣ୍ଡଳଙ୍କ ଦ୍ଵାରା ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା l ପ୍ରତୁଷା ଭାରତୀଙ୍କ ଦ୍ଵାରା “ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋ ଜୀବନ ” ସମ୍ବଲପୁରୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ ମୋହିଥିଲା l କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢ଼ୀ, ସୁଧାକର ମିଶ୍ର, ପବିତ୍ର କୁମାର,ଗୀତାଞ୍ଜଳି, ଚିନ୍ମୟୀଙ୍କ ଭଜନ ପ୍ରାୟ ଦଶହଜାରରୁ ଉର୍ଦ୍ଧ ଉପସ୍ଥିତ ଭକ୍ତଙ୍କୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା l ଏହି କାର୍ଯକ୍ରମକୁ ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଓ ପରିବାର ଅଦାଲତର ବରିଷ୍ଟ ବିଚାରପତି ପ୍ରଦୀପ କୁମାର ଶାସମଲ ଓ ତାଙ୍କ ପରିବାର ପକ୍ଷରୁ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜନ କରାଯାଇଥିଲା l ସୁଦୀପ୍ତ କୁମାର ପଟନାୟକ ମଞ୍ଚ ପରିଚାଳନା କରିଥିଲେ l( ଚିକିଟି ସନ୍ତୋଷ କୁମାର ପ୍ରଧାନ)