October 5, 2024

ବରଙ୍ଗ ସୁରେନ୍ଦ୍ର ତରେଇ ଙ୍କ ଆତ୍ମହତ୍ୟା ର କ୍ରାଇମ୍ଇବ୍ରାଞ୍ଚ ତଦନ୍ତ ଦାବି କରି ଏସ ଡି ପି ଓ ଙ୍କୁ ଭେଟିଲେ ପରିବାର ଲୋକ 

Share

 

ଛତ୍ରପୁର-୧୮/୭/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁରଥାନା ବରଙ୍ଗଗ୍ରାମ ରେ ସୁରେନ୍ଦ୍ର ତାରାଇ ୪୫ଙ୍କ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଥିବା ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତାଙ୍କ ପରିବାର ଏସ ଡି ପି ଓ ଗୌରହରି ସାହୁ ଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି l ଏହି ଘଟଣା ର ଏକ ଟିମ ତଦନ୍ତ କରୁଥିବା ଆଇ ଆଇ ସି ନିରୋଦ କୁମାର ଦାସ କହିଛନ୍ତି l ଯାହାଫଳରେ ଏହି ଆତ୍ମହତ୍ୟା ଘଟଣା ସନ୍ଦେହ ଘେରକୁ ଆସିଛି l ମିଳିଥିବା ସୂଚନା ମୁତାବକ ବିଜେପି ନେତା ପଦ୍ମ ପରିଡା, ସନ୍ତୋଷ ନାହାକ, ବିଜୟ ମୁଦୁଲି, ଶ୍ରୀକାନ୍ତ ରାଉତ, ନରେନ୍ଦ୍ର ପ୍ରଧାନ, ରାମ ଚନ୍ଦ୍ର ନାହାକ, ସନ୍ୟାସୀ ରାଉତ ଙ୍କ ନେତୃତ୍ୱ ରେ ତାଙ୍କ ପରିବାର ଭେଟି ଏହି ଦାବୀ ରଖିଛନ୍ତି l ଗତ ୪ତାରିଖ ରେ ସୁରେନ୍ଦ୍ର ତରାଇ ଙ୍କ ମୃତ ଦେହ ଗାଁ ନିକଟ କଇଁଫୁଲିଆ ପୋଖରୀ ହୁଡ଼ା ଗଛ ରେ ଝୁଲନ୍ତା ଅବସ୍ଥା ରେ ତାଙ୍କ ପରିବାର ଦେଖି ପୁଲିସ କୁ ଖବର ଦେଇଥିଲେ l ସୁରେନ୍ଦ୍ର ଙ୍କ ମଟର ସାଇକେଲ ଟି ପୋଖରୀ ନିକଟ ବିଦ୍ୟାଧର ଗୌଡ଼ଙ୍କ ଚାଷ ଜମି ନିକଟରେ ପଡିଥିଲା l ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଥିଲା l ଯାହାକି ତଦନ୍ତ ଜାରି ରଖିଛି l ସୁରେନ୍ଦ୍ର ଗତ ୩ତାରିଖ ଦିନ ଘରକୁ ନ ଫେରିବାରୁ ଏବଂ ତାଙ୍କ ମୋବାଇଲ କୁ ପରିବାର ଲୋକ ରିଙ୍ଗ କରିଥିଲେ ମଧ୍ୟ ସେ ଧରିନଥିବା ନେଇ ଛତ୍ରପୁର ଥାନାରେ ସୁରେନ୍ଦ୍ର ନିଖୋଜ ରହିଥିବା ଥାନାରେ ଏତେଲା ଦେଇଥିଲେ l