March 7, 2026

ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ସି ଆର ପି ଙ୍କ ବୈଠକ l 

IMG-20250618-WA0145
Share

 

 

ଛତ୍ରପୁର :୧୮/୦୬/୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ସଭାଗୃହ ଠାରେ ଭାରତୀୟ ମଜଦୂର ସଙ୍ଘ ଦ୍ଵାରା ଅନୁବନ୍ଧିତ ଅଲ ଓଡ଼ିଶା ସିଆରପି ସଙ୍ଘ ଗଞ୍ଜାମ ଶାଖା ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ମଜଦୂର୍ ସଙ୍ଘ ଗଞ୍ଜାମ ଜିଲ୍ଲା ଶାଖାର ସଭାନେତ୍ରୀ ପି.ଗାୟତ୍ରୀ ରେଡ୍ଡୀ ଓ ସମ୍ପାଦିକା ଗୀତା ପ୍ରଧାନଙ୍କ ନେତୃତ୍ୱରେ ଉକ୍ର ବୈଠକରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ରାଜ୍ୟ ସଭାନେତ୍ରୀ ଲକି ହୋତା ଓ ସମ୍ପାଦିକା ତୁଳସୀ ହନ୍ତାଳ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ l ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିବା ସହ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ପ୍ରଦାନ କରଯାଇଥିଲା l ଛତ୍ରପୁର ବିଧାୟକଙ୍କ ନିଜ ନିର୍ବାଚନମଣ୍ଡଳୀରେ ଏହି ବୈଠକ ହୋଇଥିବାରୁ ଖୁସିବ୍ୟକ୍ତ କରିବା ସହ ସିଆରପି ମାନଙ୍କ ଦୁଃଖସୁଖରେ ସଦାସର୍ବଦା ସାଙ୍ଗରେ ରହିବି ବୋଲି କହିଥିଲେ l ରାଜ୍ୟ ସିଆରପି ସଂଘର ସଭାନେତ୍ରୀ ଓ ସଂପାଦିକା ଗଞ୍ଜାମ ଜିଲ୍ଲାରେ ପ୍ରଥମ ବୈଠକ ହୋଇଥିବାରୁ ଖୁସିବ୍ୟକ୍ତ କରିବା ସହ ସଂଘର ଆଗାମୀ ରଣନୀତି ଓ ସିଆରପି ମାନଙ୍କ ସମସ୍ୟାର ସମାଧାନ ପାଇଁ ଲିଖିତ ପତ୍ର ପ୍ରଦାନ କରିବା ପାଇଁ ନିଜ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ଶହ ଶହ ସିଆରପି ମାନେ ଏହି ବୈଠକରେ ଯୋଗଦେଇଥିଲେ l