March 8, 2026

୫୦ ଏକର ଜମିକୁ ବେଆଇନ ଭାବେ ହାତେଇବା ପାଇଁ ଧନୀକ ବ୍ୟକ୍ତିଙ୍କ ଅପଚେଷ୍ଟା ବିରୁଦ୍ଧରେ ଗଜପତି ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ

IMG-20250618-WA0077
Share

 

ପାରଳାଖେମୁଣ୍ଡି:୧୮/୬(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ଗତ 30 ବର୍ଷରୁ ଉର୍ଦ୍ଧ ସମୟ ଧରି ୫୦ ରୁ ଉର୍ଦ୍ଧ ପରିବାର ବସବାସ କରି ଆସୁଥିବା 50 ଏକର ପରିମିତ ଜମିକୁ ଜଣେ ଧନୀକ ଓ କ୍ଷମତାଶାଳୀ ବ୍ୟକ୍ତି କିଛି ପ୍ରଶାସନିକ କର୍ମଚାରୀଙ୍କୁ ଟଙ୍କା ଦ୍ଵାରା ଆୟତ୍ତ କରି 50 ଏକର ଜମି ହାତେଇବାକୁ ଅପଚେଷ୍ଟା ଚଳାଇଛନ୍ତି. ଏହାକୁ ଦୃଢ ବିରୋଧ କରି ଗ୍ରାମବାସୀମାନେ ଗଜପତି ପ୍ରଶାସନର ଦ୍ୱାରସ୍ତ ହୋଇ ନ୍ୟାୟ ଦେବା ପାଇଁ ନିବେଦନ କରିଛନ୍ତି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଡାକ୍ଟରବଞ୍ଜାରୀ ମୌଜା ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମରେ ଥ‌ିବା ଜମିର ଦଖଲ ଏବଂ ଏହାର ପଞ୍ଜୀକରଣକୁ ତୁରନ୍ତ ସ୍ଥଗିତ ରଖିବା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ | ଏନେଇ ଗ୍ରାମବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ସବରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯାଇ ପଟା ନମ୍ବର ୧୮୦ ଅଧୀନରେ ଥିବା ଦୀର୍ଘକାଳୀନ ଦଖଲ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗ୍ରାମରେ ଥିବା ପ୍ରାୟ ୫୦ ଏକର ପରିମିତ ଏହି ଜମିରେ ୫୦ରୁ ଅଧିକ ପରିବାର ୩୦ ବର୍ଷରୁ ଅଧିକ ସମୟ ଧରି ନିରନ୍ତର ଭାବରେ ବାସ କରିଆସୁଛନ୍ତି| ସ୍ଥାୟୀ ଘର ତିଆରି କରାଯାଇଛି ଏବଂ ଏହି ଜମିକୁ ବାସସ୍ଥାନ ଏବଂ ଜୀବିକା ପାଇଁ ବ୍ୟବହାର କରୁଥିବା ଜଣାଇଛନ୍ତି | ଅଧିକାଂଶ ବାସିନ୍ଦାଙ୍କ ପାଖରେ ଆଧାର କାର୍ଡ, ବିଦ୍ୟୁତ୍ ବିଲ୍ ଏବଂ ଏହି ଠିକଣା ଥୂବା ଅନ୍ୟାନ୍ୟ ପରିଚୟ ପ୍ରମାଣ ଭଳି ବୈଧ କାଗଜପତ୍ର ମଧ୍ୟ ଅଛି। ହେଲେ ଏହି ଜମିକୁ ଜଣେ ବାହାର ବ୍ୟକ୍ତି ବା ତୃତୀୟ ପକ୍ଷ ପାରଳାଖେମୁଣ୍ଡିର ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉକ୍ତ ଜମି ପଞ୍ଜୀକରଣ କରିବାକୁ ଚେଷ୍ଟା କରୁଛନ୍ତି । ଯାହାକୁ ନେଇ ବାସଗୃହ ହରାଇବା ଭୟ ସୃଷ୍ଟି ହୋଇଛି। ଯଦି ଏପରି ପଞ୍ଜୀକରଣକୁ ଅନୁମତି ଦିଆଯାଏ, ତେବେ ପିଢ଼ି ପିଢ଼ି ଧରି ଏଠାରେ ରହୁଥ‌ିବା ଗରିବ ପରିବାରମାନେ ବାସହୀନ ହୋଇ ପଡିବେ. ତେଣୁ ଖାତା ନମ୍ବର ୫୧ ସହିତ ଜଡିତ ଯେକୌଣସି ପ୍ଲଟର ପଞ୍ଜୀକରଣ ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ କଲେ ଦୀର୍ଘକାଳୀନ ଅଧିକାରକୁ ସୁରକ୍ଷିତ ରହିବ ଏବଂ ଉପଯୁକ୍ତ ଆଇନ କିମ୍ବା ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଏନେଇ ଜିଲ୍ଲାପରିଷଦ ସଦସ୍ୟ ଏସ୍

ବାଲାରାଜୁ କହିଛନ୍ତି ଯେ, ଏହିଆଦିବାସୀ ଜମିରେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିଲେ ମଧ୍ୟ କିଛି ଲୋକ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ଏହି ଗ୍ରାମ ମଧ୍ଯକୁ ରାଜସ୍ବ ବିଭାଗର କୌଣସି କର୍ମଚାରୀ ନ ଆସି ବିନା ସର୍ବେକ୍ଷଣରେ ଜଣେ ବ୍ୟକ୍ତିଙ୍କ ନାମରେ ୫୦ ଏକରରୁ ଅଧିକ ଜମି ପଞ୍ଜୀକରଣ କରିବା ଅବୈଧ. ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରନ୍ତୁ ବୋଲି ଶ୍ରୀ ରାଜୁ କହିଛନ୍ତି I