ମୋରଦା ପଞ୍ଚାୟତ ରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟ ଘର ଆଲୋଚନା ବୈଠକ ରେ ଦୁର୍ଘଟଣା

ଓଡ଼ିଶା ସରକାରଙ୍କର ସୂର୍ଯ୍ୟ ଘର ବିଜୁଳି ଯୋଜନା ରେ ଲୋକଙ୍କୁ ମାଗଣାରେ ବିଜୁଳି ଯୋଗାଇବେ ବୋଲି ସରକାରଙ୍କର ପ୍ରତିଶ୍ରୁତି ଥିଲା କିନ୍ତୁ ଆଜି ୧୮:୦୬:୨୦୨୫ ତାରିଖ ଦିନ ୧୧:୦୦ ସମୟ ରେ ସରପଞ୍ଚଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଡକା ଯାଇଥିଲା, ଏଥିରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ (ପିଅ)ଓ ଅନ୍ୟାନ୍ୟ କର୍ମକର୍ତ୍ତା ଆଲୋଚନାରେ ଭାଗ ନେଇଥିଲେ କିନ୍ତୁ ବୈଠକ ଆରମ୍ଭ ୫ ମିନିଟ୍ ପରେ ଛାତ ରେ ଲାଗି ଥିବା ସିଲିଙ୍ଗ fan ଟୀ ହଠାତ୍ ଭାବରେ ଉପରୁ ଖସି ପଡିଲା l ଅଳ୍ପକେ ମରଣ ମୁହଁରୁ ବଞ୍ଚୀ ଗଲେ morada ପଞ୍ଚାୟତ ଅଧିକାରୀ l ଏଠାରେ ପ୍ରଶ୍ନ ଉଠୁଛି ଏକ ମାସ ତଳେ ଉକ୍ତ ବୈଠକ ଗୃହ ଠିକାଦାରଙ୍କ ଦ୍ବାରା ନିର୍ମାଣ କରା ଯାଇଥିଲା କିନ୍ତୁ ଠିକାଦାରଙ୍କର ମନମୁଖୀ ନିମ୍ନସ୍ତର କାର୍ଯ୍ୟ ପାଇଁ ପଞ୍ଚାୟତ ଅଧିକାରୀ ଦୁର୍ଘଟଣା ରୁ ବଞ୍ଚିତ ହେଲେ l ଏବେ morada ଜନସାଧାରଣଙ୍କର ମୁହଁରେ ପ୍ରଶ୍ନ ଉଠୁଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର କାମ ହୋଇ ମଧ୍ୟ ଏତେ ବଡ଼ ଘଟଣା ଘଟିଲା କେମିତି? ଏହାର ବିଧି ବଧ ତଦନ୍ତ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା କରା ଯାଇ ନଚେତ୍ ଜନ ଆନ୍ଦୋଳନ ରୂପ ନେବ।
(ବିଭୂତି ରାଉତ )
