ବୁଗୁଡ଼ା ଏନଏସିରେ ବୁଲିଲା ବିକାଶ ବାହନ

ବୁଗୁଡା : ତା ୧୮/୦୬/୨୫ : ରାଜ୍ୟ ସରକାରଙ୍କ ଏକ ବର୍ଷର ଅନେକ ଉପଲବ୍ଧିର ପ୍ରଚାର ଉଦ୍ଦେଶ୍ଯରେ ବିକାଶ ବାହନ ଆଜି ବୁଗୁଡା ଏନ୍ଏସିର ବିଭିନ୍ନ ଓ୍ବାର୍ଡକୁ ପରିକ୍ରମା କରିଥିବା ଜଣାଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପତାକା ଦେଖାଇ ଉକ୍ତ ବିକାଶ ବାହନ ପରିକ୍ରମାର ଶୁଭାରମ୍ଭ କରିଥିଲେ। ଏଥି ପୂର୍ବରୁ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ ବିକାଶ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀଙ୍କ ସମେତ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା , ସିଡିପିଓ ବବିତା କୁମାରୀ ପଣ୍ଡା ମଞ୍ଚାସୀନ ରହିଥିଲେ। ଏ ଅବସରରେ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ଯା ବିବାହ ଯୋଜନା , ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୧୧.୨୫% ସ୍ଥାନ ସଂରକ୍ଷଣ , ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ତ୍ବରାନ୍ବିତ , ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର , ମୁଖ୍ଯମନ୍ତ୍ରୀ କାମଧେନୁ ଯୋଜନାରେ ଦୁଗ୍ଧ ଚାଷୀ ଉପକୃତ , ନୂତନ ଯୋଗ୍ଯ ହିତାଧିକାରୀଙ୍କୁ ରାସନ ପ୍ରଦାନ , ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ୮୦%ରୁ ଉର୍ଦ୍ଧ ଦିବ୍ଯାଙ୍ଗମାନଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ ଆଦି ଉପଲବ୍ଧି ଉପରେ ଆଲୋକପାତ କରିଥିଲେ। ଏଥି ସହ ବୁଗୁଡା ଏନ୍ଏସି ଅନ୍ତର୍ଗତ ବିଭିନ୍ନ ଓ୍ବାର୍ଡରେ ହେବାକୁଥିବା ଉନ୍ନୟନମୂଳକ କାର୍ଯ୍ୟର ଫଳକଗୁଡିକୁ ଉନ୍ମୋଚନ କରାଯାଇଥିଲା।
