April 29, 2026

ଗାଧୋଇ ବାକୁ ଜାଇ ତିନି ନାବାଳକ ଙ୍କ ଦେବୀ ନଦୀରେ ସଲିଳ ସମାଧି ….

hand
Share

ଅସ୍ତରଙ୍ଗ( ଦୁଃଶାସନ ନାୟକ) ମୃତ୍ୟୁ ପିଛା ଛାଡୁନି ଅସ୍ତରଙ୍ଗ ଅଞ୍ଚଳ ବାସୀଙ୍କର । ଏହି କିଛି ଦିନ ପୂର୍ବରୁ ବଲିଡିଆ ଗ୍ରାମର ଜଣେ ପାଞ୍ଚ ବର୍ଷ ର ଛୁଆ ସର୍ପ କାମୁଡାରେ ମୃତ୍ୟୁ ବରଣ କରିବା ଓ ରଜ ଦିନ ପାନ ଗାଡ଼ି ଓଲଟି ତିନିଜଣ ମୃତ୍ୟୁ ବରଣ କରିବା ଭଳି ଘଟଣା ଅସ୍ତରଙ୍ଗ ବାସୀଙ୍କ ମନରୁ ନ ଲିଭୁଣୁ ପୁଣି ଏକ ଅଘଟଣ ଘଟିଛି ସେହି ବାଲିଡିଆ ଗ୍ରାମରେ। ତିନିଜଣ ନାବାଳକ ଦେବୀ ନଦୀକୁ ଗାଧୋଇବାକୁ ଯାଇ ମୃତ୍ୟୁ ବରଣ କରିବା ଭଳି ଘଟଣା ଅସ୍ତରଙ୍ଗ ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରି ଦେଇଛି ।
ଘଟଣାରୁ ପ୍ରକାଶ ଯେ,ନଗର ଗ୍ରାମ ପଞ୍ଚାୟତ ବାଲିଡିଆ ଗ୍ରାମର ରଞ୍ଜନ ବେହେରା ଙ୍କ ପୁଅ ରୋହନ (୧୩)ସେ ଅସ୍ତରଙ୍ଗ ର ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଡ଼ୁଥିବା ବେଳେ,ସୁବେଇ ବେହେରା ଙ୍କ ପୁଅ କାହ୍ନୁ (୧୪) ନବମ ଓ ପ୍ରତାପ ବେହେରା ଙ୍କ ପୁଅ ଓମ୍ ବେହେରା(୧୫) ଦଶମ ଶ୍ରେଣୀରେ ନିକଟ ଐଶାନେଶ୍ୱର୍ ବିଦ୍ୟାପୀଠ ରେ ପଢୁଥିଲେ। ତିନି ଜଣ ସାଙ୍ଗ ବିଦ୍ୟାଳୟ ରୁ ଫେରି ନିକଟ ଦେବୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତାଙ୍କ ଘରଠାରୁ ଅଳ୍ପ କିଛି ଦୂରରେ ଦେବୀ ମୁହାଁଣ ସହ ମଧ୍ୟାହ୍ନ ସମୟ ରେ ନଦୀର ଛାଡର ସ୍ରୋତ ପ୍ରବଳ ଥିବା ଓ ଦେବୀ ନଦୀ ମଝିରେ ଏକ ବାଲିଚର ରହିଥିବା ଦେଖି ତିନିଜଣ ଯାକ ସେହି ବାଲିଚର କୁ ପହଁରି ଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ରୋତରେ ପଡ଼ିଯାଇଥିଲେ । ନଦୀର ଅଣ୍ଡର କରେଣ୍ଟ ପ୍ରଖର ସହ ନଦୀ ଗଭୀର ଥିବାରୁ ସେହି ତିନି ଜଣଙ୍କୁ ସେହି ଠାରେ ହିଁ ପାଣିର ସୁଅ ଦାବିଦେଇ ଅଣ ନିଃଶ୍ୱାସି ହୋଇ ମୃତ୍ୟୁ ବରଣ କରିବାକୁ ପଡ଼ିଥିଲା । ସେପଟେ ପିଲା ଗାଧୋଇ ବାକୁ ଯାଇ ନ ଫେରିବାରୁ ପରିବାର ଲୋକ ନଦୀ କୂଳକୁ ଯାଇ ଖୋଜା ଖୋଜି କରିବା ଓ କିଛି ଲୋକଙ୍କୁ ପିଲାଙ୍କ ସମ୍ପର୍କରେ ପଚାରିଥିଲେ । ନଦୀ କୂଳେ ଜାଲ ସିଲେଇ କରୁଥିବା ବ୍ୟକ୍ତିଙ୍କୁ ପଚାରିବାରେ ସେ କହିଥିଲେ ଯେ ଆମେ ଦେଖିଛୁ ସେମାନେ ଗାଧୋଉ ଥିଲେ ଆଉ ଆମେ ଜାଣିନୁ । ସନ୍ଦେହ ବଢିବାରୁ ପରିବାର ସହ ଗ୍ରାମ ଲୋକ ଖୋଜା ଖୋଜି କରିବା ସହ, ଅସ୍ତରଙ୍ଗ ଦମକଳ କେନ୍ଦ୍ରକୁ ଖବର ଦେବା ପରେ ସେମାନେ ଆସି ପହଞ୍ଚି ଖୋଜିବା ପରେ ନଦୀର ଅନତି ଦୂରରେ ଅଲଗା ଅଲଗା ହୋଇ ନିନୋଟି ମୃତ୍ୟୁ ଶରୀର ମିଳିଥିଲା। ସଙ୍ଗେ ସଙ୍ଗେ ସେଠାରୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆ ଯିବା ପରେ ଡକ୍ଟର ମୃତ୍ୟୁ ଘୋଷଣା କଲା ପରେ ଅସ୍ତରଙ୍ଗ ପୋଲିସ ଏକ ଅପମୃତ୍ୟୁ ମାମଲା ରୁ୍ଜୁ କରି ଶବ ଵ୍ୟବଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇ ତଦନ୍ତ ଜାରି ରଖିଛନ୍ତି ବୋଲି ଅସ୍ତରଙ୍ଗ ଥାନା ଆଇ ଆଇ ସି ରେଜେଶ କୁମାର ବଳିଆରସିଂ ପ୍ରକାଶ କରିଛନ୍ତି।

You may have missed