September 19, 2026

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ.

IMG-20240618-WA0068
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ସଭା ଗୃହ ରେ ବିପର୍ଯୟ ମୁକାବିଲା ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ ଷୋଡରଙ୍ଗା ରେ ହେବାକୁଥିବା ମୋକଡ୍ରିଲ କାର୍ଯକ୍ରମ ରେ ଅଗ୍ନିଶମ ବିଭାଗ କର୍ମ ଚାରି ଙ୍କୁ ସହଯାଗ କରିବାକୁ ହେବ. ଏବଂ ସମସ୍ତ ସରଞ୍ଜାମ ଗୁଡ଼ୁକୁ ଯାଞ୍ଚ କରିବାକୁ ହେବ ଓ ବନ୍ୟା କୁ ଦୃଷ୍ଟି ରେ ରଖି ଅଞ୍ଚଳ ବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ ଦୋରା ,ତହସିଲଦାର କିର୍ତ୍ତୀ ଚନ୍ଦ୍ର ପ୍ରଧାନ. ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ. ଓଏଲଏମ ମୁଖ୍ୟ ଶ୍ରୀମତୀ ନମିତା ଵାଘ. ପିଇଓ ସୁଧାଂଶୁ ରଥ. ସିପି ଜନପ୍ରିୟ ରଥ,ଉପସ୍ଥିତ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ଥିବାର ଜଣାଯାଇଛି. ଅନ୍ୟ ମାନଙ୍କ ମଧ୍ୟରେ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ସନ୍ତୋଷ ବେହେରା. ପିଇଓ ଶ୍ରୀ ଶରତ ଦାସ. ସୁକାନ୍ତ ମିଶ୍ର. ପିକୁ ଦାସ. ଉମା ନାୟକ. ମନମୋହନ ରାଉତ,ମୁଖ୍ୟସହାୟକ ବ୍ରଜ କିଶୋର ନାଗ,ଜଗବନ୍ଧୁ ଗୌଡ଼. ଭାସ୍କର ପଟ୍ଟନାୟକ ଙ୍କ ସମେତ ଜିପିଇଓ ଅଗ୍ନିଶମ ବିଭାଗ ପୋଲିସ ବିଭାଗର ଅଧିକାରୀ ଉପସ୍ଥିତ ରହି ବିପର୍ଯୟ ମୁକାବିଲାର ସଚେତନା କରେଇବା ପାଇଁ ଆଲୋଚନା କରିଥିବାର ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା I

You may have missed