April 3, 2025

ବ୍ଲକ ଡମ୍ବ ସାମାଜର ସଚେତନ ସାମାଜ ସଚେତନତା ସମାବେଶ l

Share

ବ୍ଲକ ଡମ୍ବ ସାମାଜର ସଚେତନ ସାମାଜ ସଚେତନତା ସମାବେଶ l
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା ୧୮/୬ ଆଜି କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ସାଗରଗୁଡା ଆମ୍ବ ତୋଟା ଠାରେ ବ୍ଲକ ଡମ୍ବ ସାମାଜର ସମାଜ ସଚେତନ ସମାବେଶ ଅନୁଷ୍ଠିତ ହୋଇଯାଇଛି l ସଭାରେ ବ୍ଲକ ସଭାପତି ଚନ୍ଦ୍ର ସଗରିଆଙ୍କ ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମେ ସହିଦ୍ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ପଡ଼ିଆ ଠାରେ ଠାକୁରାଣୀ ପିଠରେ ପୂଜାର୍ଚନା କରି ପଡ଼ିଆ ଠାରେ ଥିବା ଡଃ ଭୀମରାଓ ଆମ୍ବେଦକର, ମହାତ୍ମାଗାନ୍ଧୀ, ଓ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ପରେ ଅତିଥି ରଞ୍ଜନ ମହୁରିଆ କୋଟପାଡ, ବରିଷ୍ଠ ଆଇନ୍ଜୀବୀ ତଥା ବ୍ଲକ ଡମ୍ବ ସାମାଜ ଉପଦେଷ୍ଠା ବଳରାମ ଖରା ଜୟପୁରଙ୍କୁ ଶୋଭାଯାତ୍ରା ସହ ସଭାସ୍ଥଳରେ ପାଛୋଟି ଆଣିଥିଲା ବ୍ଲକ ଡମ୍ବ ସାମାଜର ସହସ୍ରାଧିକ ପୁରୁଷ ମହିଳା l ସାଧାରଣ ସମ୍ପାଦକ ତ୍ରିନାଥ ହରିଜନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଡଃ ଭୀମରାଓ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ସଭାରେ ବ୍ଲକ ଡମ୍ବ ସାମାଜର ପରିଚାଳନା କମିଟିର ସମସ୍ତ ସଦସ୍ଯଙ୍କୁ ମଞ୍ଚକୁ ନିମନ୍ତ୍ରିତ କରାଯାଇ ସମସ୍ତଙ୍କ ପରିଚୟ ଓ ପଦବୀକୁ ଘୋଷଣା କରାଗଲା l ଆଜି ସଭାରେ ଦଳିତ ଡମ୍ବ ଜାତିରେ ଶିକ୍ଷା, ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ, ହରିଜନ ଜାତିରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ, ମଦମୁକ୍ତି, ଅମାନୁଷିକ ଗୋ ହତ୍ୟା, ଧର୍ମାନ୍ତରୀକରଣ ବନ୍ଦ କରିବା, ପାରମ୍ପରିକ ବିବାହ ପ୍ରଥାରେ ନୂତନ ସଂସ୍କାର, ମହୁରିଆ ଗୋଷ୍ଠୀଙ୍କୁ ସମାଜରେ ସ୍ୱତନ୍ତ୍ର ମାନ୍ୟତା ଦେବା, ଓ ଜାତିରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଆଜି କୁ ୨୦ ବର୍ଷ ତଳେ ୨୦୦୪ ନଭେମ୍ବର ୬ ତାରିଖରେ ଗଠିତ ହୋଇଥିଲା କୁନ୍ଦୁରା ବ୍ଲକ ଡମ୍ବ ସାମାଜ l ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏ ସବୁ କ୍ଷେତ୍ରରେ ବହୁ ପରିବର୍ତ୍ତନ ପରିଲକ୍ଷିତ ହୋଇଛି l ୨୦ ବର୍ଷ ତଳର ସାମାଜ ଆଉ ଆଜିର ସାମାଜ ମଧ୍ୟରେ ବହୁ ପରିବର୍ତ୍ତନ ଆସିଲାଣି ତେଣୁ ଆଜିର ସମାଜରେ ଚଳଣିକୁ ନେଇ ସାମାଜିକ କାର୍ଯ୍ୟ, ଏକୋଇଶିଆ, ଦଶାହ କାର୍ଯ୍ୟ, ବାହାଘର, ଉଠାଣୀ ଭୋଜି, ଜନ୍ମ ଦିନ ପାଳନ, ମଲାଘର ଆଦିରେ ନୀତି ନିୟମ ଗୁଡ଼ିକର ପରିବର୍ତ୍ତନ ଓ କଟକଣା ଗୁଡ଼ିକୁ ଆଜିର ସମାବେଶରେ ଉପସ୍ଥାପନ କରାଗଲା l ଓ ଏହି ସବୁ ନୀତି ନିୟମକୁ ବ୍ଲକର ପ୍ରତି ଡମ୍ବ ପରିବାରରେ ପହଞ୍ଚାଇ କଡ଼ାକଡ଼ି ପାଳନ କରିବା ନିମନ୍ତେ ଆଜିର ସମସ୍ତ ପରିବାରର ଜଣେ ସଦସ୍ଯଙ୍କୁ ସାମିଲ କରାଯାଇଛି l ଓ ପରିବର୍ତିତ ନିୟମ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ବଳିତ ଏକ ଅଧିନିୟମ ପତ୍ର ବଣ୍ଟା ଯାଇଥିଲା l ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନ୍ ଜୀବୀ ତଥା ବ୍ଲକ ସାମାଜ ଉପଦେଷ୍ଟା ବଳରାମ ଖରା,ଜୟପୁର, ଯୋଗଦେଇ ନିଜ ଭାଷାରେ ଅଭିଭାଷଣ ରଖି ବାଲ୍ଯ ବିବହରେ ଥିବା କଟକଣା, ଆଇନ, ଧର୍ମ ପରିବର୍ତ୍ତନ କଲେ ସମ୍ବିଧାନର ବିଭିନ୍ନ ସୁବିଧା ହରାଇବା, ଡମ୍ବ ଜାତିର ପରିଚୟ ଦେବାକୁ ହେଲେ ପ୍ରଥମେ ନିଜ ମାତୃଭାଷାକୁ ବ୍ୟବହାର କରିବାକୁ ପଡ଼ିବ l ଓ ଜାତି ଭାଇ ମଧ୍ୟରେ ଏକତା ବଜାୟ ରଖି ନିଜ ସଂସ୍କୃତି, ବାଦ୍ୟଯନ୍ତ୍ର, ପୂର୍ବ ପୁରୁଷରୁ ଚଳି ଆସୁଥିବା ବୃତ୍ତି ବାରିକ, ନାୟକ, ଗଣ୍ଡା ଆଦି ଦାୟିତ୍ଵକୁ ନିଜ କର୍ତ୍ତବ୍ୟ ଓ ଧର୍ମ ଭାବି ତୁଲାଇବା ନିମନ୍ତେ ଆହ୍ଵାନ ଦେଇଥିଲେ l ଓ ସମ୍ମାନିତ ଅତିଥି ଭାବେ ଦେଶିଆ ପତ୍ରିକା ସମ୍ପାଦକ ଜିଲ୍ଲା ହରିଜନ ଆଦିବାସୀ ଉପଦେଷ୍ଟା ରଞ୍ଜନ ମହୁରିଆ, ନିଜ ଅଭିଭାଷଣରେ ଡମ୍ବଜାତି ସାହସୀ, ପ୍ରତ୍ୟେକ କାର୍ଯ୍ୟରେ ଆଗଧାଡିର ରହୁ ଆମେ l ଆମ ସଂସ୍କୃତି, କଳା, ବାଦ୍ୟଯନ୍ତ୍ର, ନାଚ ଗୀତ, ଆଦିକୁ ସାମାଜରେ ଏକ ସ୍ଵତନ୍ତ୍ର ମାନ୍ୟତା ରହିଛି l ଆମ ପାଖରେ ସବୁ କିଛି ଅଛି ହେଲେ ଏକତାରେ କିଛି କମି ଅଛି l ସମସ୍ତେ ଏକାଠି ହେଲେ ଆଜି କୁନ୍ଦୁରା ବ୍ଲକ ସାମାଜ ରଖିଥିବା ଆଗାମୀ ଲକ୍ଷ ବହୁ କମ୍ ଦିନରେ ପୂରଣ ହୋଇ ପାରିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଡମ୍ବ ସାମାଜ ସଭାପତି ଜଗବନ୍ଧୁ ଢୋଲକିଆ, କୋଟପାଡ, ମହେନ୍ଦ୍ର ଦଳେଇ ବୈପାରୀଗୁଡ଼ା, ରାଜେଶ ମହୁରିଆ ଜିଲ୍ଲା ପରିଷଦ ସଭ୍ଯ ବୈପାରୀଗୁଡ଼ା, ଚିତାରାମ ବାରିକ, ଗୌର ଦଳେଇ, ଭାଗୀ ମାଛ, ଜଗବନ୍ଧୁ ମାଣ୍ଡି, ପ୍ରମୁଖଙ୍କ ସମେତ ବ୍ଲକ ଓ ପଞ୍ଚାୟତ ପରିଚାଳନା କମିଟି ସଭାପତି ଓ ସମ୍ପାଦକ ମଞ୍ଚାସୀନ ଥିଲେ l ସାଧାରଣ ତ୍ରିନାଥ ହରିଜନ ସମାଜର ଆଗାମୀ କାର୍ଯ୍ୟପନ୍ଥା କୁ ନେଇ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କାର ଓ ସ୍ୱାବଲମ୍ବନ କୁ ମୁଖ୍ୟ ପ୍ରସଙ୍ଗ ଭାବେ ନେଇ ପ୍ରତି ପଞ୍ଚାୟତରେ ସଚେତନ କାର୍ଯ୍ୟକ୍ରମ ମାନ କରାଯିବ l ଶିକ୍ଷିତ ଓ ଆଗ୍ରହୀ ଶିକ୍ଷାର୍ଥୀଙ୍କୁ ସାମାଜ ସହଯୋଗ କରିବା ଓ ସମାଜରେ ଦେଖାଯାଉ ଥିବା ସମସ୍ତ ସମସ୍ୟା କୁ ପଞ୍ଚାୟତ କମିଟି ଦ୍ଵାରା ସମାଧାନ କରାଯିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ଆଜିର ସମାବେଶ ରେ ୨ ହଜାରରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତି ଥିଲା l ଶେଷରେ ସହ ସମ୍ପାଦକ ରାମସ୍ଵାମୀ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l