June 8, 2026

ପୂର୍ବତନ ମୂଖ୍ୟ ଶାସନ ସଚିବ ଶ୍ରୀ ଯୁକ୍ତ ବିଜୟ କୁମାର ପଟ୍ଟନାୟକ ଦ୍ୱିତୀୟଥର ପାଇଁ ଗଜପତି ଜିଲ୍ଲା ଗ୍ରସ୍ତ କୁ ନେଇ ଅଙ୍କକଷା ଆରମ୍ଭ ହୋଇଛି

IMG-20230618-WA0011
Share

 

 

ପାରଳାଖେମୁଣ୍ଡି:୧୮/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଆସନ୍ତା ଜୁନ ମାସ ୧୮ତାରିଖ ରବିବାର ଦିନ ସନ୍ଧ୍ୟାରେ ରେ ପାରଳାଖେମୁଣ୍ଡି ସର୍କିଟ ହାଉସ ରେ ଓଡ଼ିଶା ର ପୂର୍ବତନ ଶାସନ ସଚିବ ତଥା ପ୍ରଦେଶ କଂଗ୍ରେସର ପ୍ରଚାର କମିଟିର ଅଧକ୍ଷ ଶ୍ରୀ ଯୁକ୍ତ ବିଜୟ କୁମାର ପଟ୍ଟନାୟକ ପହଞ୍ଚିବେ ଏବଂ ରବିବାର ଦିନ ଗୁମ୍ମା ବ୍ଲକ,ଗୋଷାଣୀ ବ୍ଲକ, କାଶୀନଗର ବ୍ଲକ ଓ ପାରଳାଖେମୁଣ୍ଡି ରେ ଥିବା କଂଗ୍ରେସ କର୍ମୀ ସହିତ ମିସି ଦଳିୟ ସ୍ତିତି ଅନୁଧ୍ୟାନ କରିବେ ଏବଂ ଆଗାମୀ ୨୦୨୪ ରେ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ଗଜପତି ଜିଲ୍ଲା ର ଦୁଇଟି ବିଧାନସଭା ମଣ୍ଡଳୀ କଂଗ୍ରେସ ହାତରେ ରହିବ ସେଥିପାଇଁ ଦୁଇଟି ନିର୍ବାଚନ ମଣ୍ଡଳୀ ଉପରେ କର୍ମୀମାନଙ୍କ ସହିତ ଆଲୋଚନା କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁମନ୍ତ୍ର ପ୍ରଦାନ କରିବେ ।ଏହା ସହିତ ଆସନ୍ତା ୨୦ ତାରିଖ ମଙ୍ଗଳ ବାର ଦିନ ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ରେ ଯୋଗଦାନ କରିବେ ଶ୍ରୀ ଜଗନ୍ନାଥ, ବଳଭଦ୍ର ମାଁ ଶୁଭଦ୍ରା ଙ୍କ ପହଣ୍ଡି ବିଜେ ରେ ଉପସ୍ଥିତ ରହିବେ ଏବଂ ତିନିଜୀୟଙ୍କ ଠାରୁ ଆର୍ଶୀବାଦ ଗ୍ରହଣ କରିବା ସହିତ ଆଗାମୀ ୨୦୨୪

ସାଧାରଣ ନିର୍ବାଚନ ରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କୁ ଓ ଗଜପତି ଜନସାଧାରଣଙ୍କୁ ଉତ୍ସାହିତ କରିବା ସହିତ ଗଜପତି ଜିଲ୍ଲା ର ଉନ୍ନତି କାମନା ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ଆର୍ଶୀବାଦ ଭିକ୍ଷା କରିବା ପାଇଁ ଯୋଗଦେବେ ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ବସନ୍ତ ପଣ୍ଡା ଜଣାଇ ଛନ୍ତି।ଶ୍ରୀ ପଟ୍ଟନାୟକ ଙ୍କ ବାରମ୍ବାର ଗ୍ରସ୍ତ କୁ ନେଇ ଗଜପତି ଜିଲ୍ଲା ରେ ତିନୋଟି ରାଜନୈତିକ ଦଳ ମଧ୍ୟ ରେ ଅଙ୍କକଷା ଆରମ୍ଭ ହୋଇଛି।ଈତି ମଧ୍ୟ ରେ ବର୍ତମାନ ଗଜପତି ଜିଲ୍ଲା ରେ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗୋଟିଏ ପାରଳାଖେମୁଣ୍ଡି ଏବଂ ଅନ୍ୟ ଟି ହେଉଛି ମୋହନା ବିଧାୟକ ନିର୍ବାଚନ ମଣ୍ଡଳୀ।ଇତି ମଧ୍ୟରେ ବର୍ତମାନ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ବିଜେପି ଦଳର ବିଧାୟକ କୋଡୁରୁ ନାରାୟଣ ରାଓ ନିର୍ବାଚିତ ହୋଇଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ନେତା ଦାସରଥି ଗମାଙ୍ଗ ନିର୍ବାଚିତ ହୋଇଥିଲେ। ଏହା ହେଉଛି ୨୦୧୯ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ। ବର୍ତମାନ ଆଗକୁ ୨୦୨୪ରେ ହୋବାକୁ ଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମୀକ୍ଷକ ମାନେ ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି ଯେ , ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କୁ ଦେଖିବାକୁ ଗଲେ ବର୍ତମାନ ବିଜେପି ଦଳର ବିଧାୟକ କୋଡୁରୁ ନାରାୟଣ ରାଓ ହିଁ ଦଳୀୟ ନେତା ହେଵାର ଥିବା ବେଳେ କଂଗ୍ରେସ ପକ୍ଷରୁ ଯାହା କି ବାରମ୍ବାର ବିଜୟ ପଟ୍ଟନାୟକଙ୍କ ଗ୍ରସ୍ତକୁ ଅନୁମାନ କରାଯାଉଥିବା ବେଳେ ଦଳୀୟ କର୍ମୀ ଙ୍କ ପାଖରୁ ସୁଣିବାକୁ ମିଳିଛି ଯେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଆମର ବିଜୟ କୁମାର ପଟ୍ଟନାୟକ ଙ୍କୁ ଆମେ ପ୍ରସ୍ତାବ ଦେଇଛୁ ବୋଲି କହୁଛନ୍ତି। ଅପରପକ୍ଷରେ ଶାସକ ଦଳର ବର୍ତମାନ ସୁଧା ଗୋଟିଏ ହେଲେ ନାମ ସ୍ତିର ହୋଇ ପାରୁ ନାହିଁ ତେବେ ସମୟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡିଛି । ସେହିପରି ମୋହନା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ବିଧାୟକ ଦାସରଥି ଗମାଙ୍ଗ ନିର୍ବାଚିତ ହୋଇଥିବା ବେଳେ ବର୍ତମାନ ମଧ୍ୟ ସେ ତାଙ୍କ ନିର୍ବାଚନ ମଣ୍ଡଳୀ ରେ ଗମାଙ୍ଗ ତାଙ୍କ ପତିଆରା ଜାରି କରିଛନ୍ତି ଓ ବିଜେପି ଏବଂ ବିଜେଡ଼ିର ବର୍ତମାନ ସୁଦ୍ଧା କୌଣସି ମତେ ମଙ୍ଗୁଆଳ ଜଣା ପଡୁନାହିଁ । ସେଠାରେ ମଧ୍ୟ ସମୟ କୁ ଅପେକ୍ଷା କରିବାକୁ ପଡ଼ିଛି। ଦେଖିବାକୁ ଗଲେ ସେଠାରେ ଶାସକ ଦଳରେ ଲାଗି ରହିଥିବା ଅସନ୍ତୋଷ ଗୋଷ୍ଠି କନ୍ଦଳ ରେ ବର୍ତ୍ତମାନ ଗଜପତି ରେ କଂଗ୍ରେସ ବିଜେଡି, ବିଜେପି ଦଳର ଲଢେଇ ରେ ବିଜେଡି ରେ ଗୋଷ୍ଠି କନ୍ଦଳ ଥିବା ବେଳେ, କଂଗ୍ରେସ ଦଳର କୌଣସି କନ୍ଦଳ ନ,ଥିବା ଯୋଗୁଁ କଂଗ୍ରେସ ଫାଇଦା ନେବ ବୋଲି ସମୀକ୍ଷକଙ୍କ ପାଖରୁ ସୁଣିବାକୁ ମିଳୁଛି।

You may have missed