ପରିସ୍ରାଗାର ନା ପରିବା ଗୋଦାମ
ପରିସ୍ରାଗାର ନା ପରିବା ଗୋଦାମ
≠=================== ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ସହର ବଡ ବଜାର ଓ ସାନ ବଜାର ଠାରେ ଏନଏସି ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କ ନିମନ୍ତେ ଦୁଇଟି ପରିସ୍ରାଗାର ନିର୍ମାଣ କରାଯାଇଛି l ନିର୍ମାଣ କାର୍ଯ୍ୟ ସରିଛି କିନ୍ତୁ ଏଯାବତ ତାହା କାର୍ଯ୍ୟକ୍ଷମ ହୋଇନାହିଁ କି ଚାବି ହସ୍ତା୍ରାନ୍ତ ହେଇନାହିଁ ଯାହା ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି l ଅନ୍ୟ ପଟେ ବାହାରୁ ଆସି ଏଠାରେ ପନିପରିବା ବ୍ୟବସାୟ କରୁଥିବା ଜଣେ ପରିବା ବେପାରୀ ଗୁରୁବାର ଉକ୍ତ ନବ ନିର୍ମିତ ପରିସ୍ରାଗାର ତାଲା ଖୋଲି ପରିସ୍ରାଗାର ଭିତରୁ ମୁନିକା ଓ ଅନ୍ୟାନ୍ୟ ପରିବା ବାହାର କରି ପୁଣି ଚାବି ପକେଇବା ଦେଖିବାକୁ ମିଳିଥିଲା l ହେଲେ ଏବେ ତାହା ପରିସ୍ରାଗାର ନା ପାରିବl ଗୋଦାମ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି l ପ୍ରଶ୍ନ ଉଠୁଛି ଉକ୍ତ ପରିବା ବେପାରୀଙ୍କ ପାଖକୁ ଚାବି କେମିତି ଗଲା ଓ କିଏ ଦେଲା ତାହା ଆଲୋଚନାର ବିଷୟ ପାଲଟିଛି l ଏସମ୍ପର୍କରେ ଏନଏସି ଇଓ ଅବିନାଶ ମିଶ୍ର ଖବର ପାଇବା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ l ସେଠାକୁ ଯାଇ ଇଓ ମିଶ୍ର ତାଲା ଭାଙ୍ଗି ସେହି ପରିସ୍ରାଗାର ଭିତରେ ଥିବା ମୁନିକା ଥିବା ଦେଖିବାକୁ ପାଇଥିଲେ l ପରେ ସେହି ବେପାରୀଙ୍କୁ ଡ଼ାକି ଏପରି ନ କରିବାକୁ ତାଗିଦ କରିଥିଲେ ବୋଲି ଇଓ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l